ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଚୀନର ଲିଉୟାଙ୍ଗରେ ଭୟାବହ ବାଣ କାରଖାନା ବିସ୍ଫୋରଣ

0

ନ୍ୟୁଜ୍ ବ୍ୟୁରୋ: ଚୀନର ଲିଉୟାଙ୍ଗ ସହରରେ ଥିବା ଏକ ବାଣ କାରଖାନାରେ ସୋମବାର ସନ୍ଧ୍ୟାରେ ଘଟିଥିବା ଭୟାବହ ବିସ୍ଫୋରଣରେ ଅନ୍ତତଃ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାସହିତ ୬୧ ଜଣ ଗୁରୁତର ଓ ସାଧାରଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଗୁଆଣ୍ଡୁ ଟାଉନସିପ୍‌ରେ ଅବସ୍ଥିତ ଲିଉୟାଙ୍ଗ ହୁଆଶେଙ୍ଗ ବାଣ କାରଖାନାରେ ଘଟିଥିବା ଜଣାପଡ଼ିଛି।

ସ୍ଥାନୀୟ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ସମୟରେ ହଠାତ୍ କାରଖାନା ଭିତରେ ଭୟଙ୍କର ବିସ୍ଫୋରଣ ଘଟିଥିଲା, ଯାହାର ପ୍ରଭାବରେ ଚାରିପାଖର ଅଞ୍ଚଳ କମ୍ପିଉଠିଥିଲା। ବିସ୍ଫୋରଣ ପରେ କାରଖାନାରେ ଆଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା ଏବଂ ଦୂରରୁ ଧୂଆଁର ମେଘ ଦେଖାଯାଉଥିଲା। ଘଟଣା ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳକୁ ପହଞ୍ଚି ଆଗ୍ନିନିବାରଣ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Leave A Reply

Your email address will not be published.