ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ଷ୍ଟାଲିନ

0

ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନରେ ପରାଜୟ ପରେ ଏମ.କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଯାଇଥିବା ସୂଚନା ମିଳିଛି।

ଏପ୍ରିଲ ୨୩ରେ ହୋଇଥିବା ନିର୍ବାଚନରେ ଅଭିନେତା ବିଜୟଙ୍କ ନେତୃତ୍ୱରେ ଟିଭିକେ ଦଳ ଶାସକ ଡିଏମକେକୁ ପରାସ୍ତ କରିଥିଲା, ଯାହା ପରେ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ପଥ ପ୍ରସ୍ତୁତ ହୋଇଛି। ପରାଜୟ ସତ୍ତ୍ୱେ ଷ୍ଟାଲିନ ଫଳାଫଳକୁ ସ୍ୱୀକାର କରି ମତଦାତାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଭୋଟ ତାଙ୍କ ପାଇଁ ଲୋକଙ୍କ ଭରସାର ପ୍ରତୀକ। କୋଲାଥୁର ଆସନରେ ଟିଭିକେ ପ୍ରାର୍ଥୀ ଭିଏସ୍‌ ବାବୁ ଷ୍ଟାଲିନଙ୍କୁ ୮,୭୯୫ ଭୋଟରେ ପରାସ୍ତ କରିଥିଲେ। ଟିଭିକେ ୩୨%ରୁ ଅଧିକ ଭୋଟ ପାଇଥିବା ବେଳେ ଡିଏମକେ ଓ ଏଆଇଏଡିଏମକେ ପଛକୁ ପଡ଼ିଥିଲେ।

Leave A Reply

Your email address will not be published.