ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

ମମତା ଦେବେନି ଇସ୍ତଫା

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ରାଜନୀତିକ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଛି। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି ଓ ନିର୍ବାଚନ ପ୍ରକ୍ରିୟାକୁ ପ୍ରଶ୍ନରେ ରଖିଛନ୍ତି।
ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ସେ ନିର୍ବାଚନ ହାରିନାହାନ୍ତି, ବରଂ ଜନାଦେଶକୁ ବଳପୂର୍ବକ ଛିନିନିଆଯାଇଛି। ସେ କହିଛନ୍ତି, “ଆମେ ହାରିନାହୁଁ, ମୁଁ ହାରିନି। ତେଣୁ ମୁଁ ରାଜଭବନ ଯିବିନି ଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବିନି।” ପରମ୍ପରା ଅନୁଯାୟୀ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବାକୁ ସେ ଅସ୍ୱୀକାର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ପ୍ରାୟ ୧୦୦ଟି ଆସନ “ଲୁଟ” କରିଛି ଏବଂ ନିର୍ବାଚନ କମିଶନ ପକ୍ଷପାତ କରିଛି। ତାଙ୍କ ମତାନୁସାରେ, କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ସୁରକ୍ଷା ବଳ ନିର୍ବାଚନ ପ୍ରକ୍ରିୟାରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଖରାପ ସନ୍ଦେଶ ପ୍ରେରଣ କରୁଛି।

ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ ଏହି ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ନୁହେଁ, ବରଂ ନିର୍ବାଚନ କମିଶନ ସହ ଲଢ଼ୁଥିଲା। ସେ ନିର୍ବାଚନ କମିଶନଙ୍କୁ “ଖରାପ ଖେଳ” ଖେଳିଥିବା ଅଭିଯୋଗ କରିଥିବାବେଳେ କହିଛନ୍ତି ଯେ ଏପରି ଘଟଣା ଦେଶର ଗଣତନ୍ତ୍ରୀୟ ପ୍ରଣାଳୀକୁ ଦୁର୍ବଳ କରୁଛି। ସେ ଏହାମଧ୍ୟ ଦାବି କରିଛନ୍ତି ଯେ କାଉଣ୍ଟିଂ ସେଣ୍ଟରରେ ତାଙ୍କ ସହ ଅସଦ୍ ବ୍ୟବହାର ହୋଇଥିଲା। ସିସିଟିଭି ବନ୍ଦ କରାଯାଇଥିବା ସହ ତାଙ୍କୁ ଧକ୍କା ଦେଇ ବାହାର କରାଯାଇଥିବା ଓ ଶାରୀରିକ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି। ଜଣେ ମହିଳା ଭାବେ ତାଙ୍କ ସହ ଅସମ୍ମାନଜନକ ବ୍ୟବହାର ହୋଇଥିବା ସେ କହିଛନ୍ତି।

ଏହାସହ ନିର୍ବାଚନ ପରେ ତୃଣମୂଳ କର୍ମୀ ଓ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ବଢ଼ିଥିବା ଅଭିଯୋଗ କରିଛନ୍ତି ମମତା। ସେ କହିଛନ୍ତି ଯେ ବହୁ କର୍ମୀ ଆହତ ହୋଇଥିବା ବେଳେ ଅନେକ ଅଫିସକୁ ଜଳାଇ ଦିଆଯାଇଛି ଏବଂ କର୍ମୀମାନେ ଭୟଭୀତ ପରିସ୍ଥିତିରେ ରହିଛନ୍ତି।

Leave A Reply

Your email address will not be published.