ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

0

ପଶ୍ଚିମବଙ୍ଗ: ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଓ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ବିଳମ୍ବିତ ରାତିରେ ଗୁଳି କରି ହତ୍ୟା କରାଯାଇଛି। ମଧ୍ୟମଗ୍ରାମରେ ଘଟିଥିବା ଏହି ଚର୍ଚ୍ଚିତ ହତ୍ୟାକାଣ୍ଡକୁ ପୂରାପୂରି ଯୋଜନାବଦ୍ଧ ଆକ୍ରମଣ ବୋଲି ପୁଲିସ୍‌ ସନ୍ଦେହ କରୁଛି। ଆକ୍ରମଣରେ ଚନ୍ଦ୍ରନାଥଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ପୁଲିସ୍‌ ଅନୁସାରେ, ଚନ୍ଦ୍ରନାଥ ନିଜ ସ୍କର୍ପିଓରେ ଘରକୁ ଫେରୁଥିବା ସମୟରେ ଗୋଟିଏ ବାଇକ ଓ ସିଲଭର ରଙ୍ଗର ସାଣ୍ଟ୍ରୋ କାର ତାଙ୍କୁ ପିଛା କରୁଥିଲା। ନିଛାଟିଆ ସ୍ଥାନରେ ସାଣ୍ଟ୍ରୋ କାରଟି ତାଙ୍କ ଗାଡ଼ିକୁ ଅଟକାଇ ଦେବା ପରେ ବାଇକରେ ଥିବା ଦୁର୍ବୃତ୍ତମାନେ ନିକଟରୁ ଗୁଳି ଚଳାଇଥିଲେ। ପ୍ରାୟ ୧୦ ରାଉଣ୍ଡ ଫାୟାରିଂ ହୋଇଥିବା ବେଳେ ଚନ୍ଦ୍ରନାଥଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ତାଙ୍କ ଡ୍ରାଇଭରଙ୍କ ଚିକିତ୍ସା ଏସଏସକେଏମ ହସ୍ପିଟାଲରେ ଚାଲିଛି ଓ ତାଙ୍କ ଅବସ୍ଥା ଗୁରୁତର ରହିଛି।

Leave A Reply

Your email address will not be published.