ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ

0

ନୂଆଦିଲ୍ଲୀ:ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ‘ଜନନୀ’ (JANANI – Journey of Antenatal, Natal and Neonatal Integrated Care) ନାମକ ଏକ କ୍ୟୁଆର୍‌ କୋଡ୍‌ ସକ୍ଷମ ଡିଜିଟାଲ୍ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି।
ସରକାରୀ ସୂଚନା ଅନୁଯାୟୀ, ଏହି ପ୍ଲାଟଫର୍ମ ମାଧ୍ୟମରେ ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରସବ, ପ୍ରସବ ପରବର୍ତ୍ତୀ ସେବା, ନବଜାତ ଶିଶୁ ଯତ୍ନ, ଟିକାକରଣ ଓ ପରିବାର ନିୟୋଜନ ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ସେବାର ଡିଜିଟାଲ୍ ରେକର୍ଡ ରଖାଯିବ। ପୂର୍ବତନ RCH ପୋର୍ଟାଲ୍‌ର ଉନ୍ନତ ସଂସ୍କରଣ ଭାବେ ତିଆରି ହୋଇଥିବା ଏହି ବ୍ୟବସ୍ଥା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାକୁ ନିରନ୍ତର ଭାବେ ଟ୍ରାକ୍‌ କରିବା ସହ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇବ।

‘ଜନନୀ’ ପ୍ଲାଟଫର୍ମରେ କ୍ୟୁଆର୍‌ ସକ୍ଷମ ଡିଜିଟାଲ୍ ମଦର୍ ଆଣ୍ଡ୍‌ ଚାଇଲ୍ଡ ହେଲ୍ଥ କାର୍ଡ, ଉଚ୍ଚ-ଜୋଖିମ ଗର୍ଭାବସ୍ଥା ପାଇଁ ସ୍ୱୟଂଚାଳିତ ସତର୍କ ସନ୍ଦେଶ, ରିଅଲ୍‌ ଟାଇମ୍‌ ଡ୍ୟାଶବୋର୍ଡ ଓ ଟ୍ରାକିଂ ବ୍ୟବସ୍ଥା ରହିଛି। ଏହାକୁ U-WIN ଓ POSHAN ପରି ଜାତୀୟ ପ୍ଲାଟଫର୍ମ ସହ ସଂଯୋଗ କରାଯାଇଥିବାରୁ ତଥ୍ୟ ଆଦାନ-ପ୍ରଦାନ ଓ ସେବା ସମନ୍ୱୟ ଆହୁରି ସହଜ ହେବ।

ସରକାରଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ‘ଜନନୀ’ ପ୍ଲାଟଫର୍ମରେ ୧.୩୪ କୋଟିରୁ ଅଧିକ ଲାଭାନ୍ବିତଙ୍କ ପଞ୍ଜିକରଣ ହୋଇଥିବା ବେଳେ ୩୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କ ନାମ ଅନୁମୋନୋଦନ ହୋଇଛି। ସେହିପରି ୩୦ ଲକ୍ଷରୁ ଅଧିକ ଡିଜିଟାଲ୍ MCH କାର୍ଡ ମଧ୍ୟ ସୃଷ୍ଟି କରାଯାଇଛି।

Leave A Reply

Your email address will not be published.