ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌

0

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ‘ନବୀନ ନିବାସ’ ସାମ୍ନାରେ ଥିବା ସୁରକ୍ଷା ବ୍ୟାରିକେଡ୍‌ ହଟିପାରେ। ଓଡ଼ିଶା ହାଇକୋର୍ଟ ସାର୍ବଜନୀନ ରାସ୍ତା ଜବରଦଖଲ ଅଭିଯୋଗର ସମାଧାନରେ ବିଳମ୍ବ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ପରେ ରାଜ୍ୟ ସରକାର ଏହି ବ୍ୟାରିକେଡିଂ ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ କରିଛନ୍ତି।

ପୁରୁଣା ବିମାନବନ୍ଦର ରୋଡ୍‌ ସ୍ଥିତ ନବୀନ ନିବାସ ସାମ୍ନାରେ ଲଗାଯାଇଥିବା ବ୍ୟାରିକେଡ୍‌ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟରେ W.P.(C) No. 19748/2023 ମାମଲା ରୁଜୁ ହୋଇଥିଲା। ଆବେଦନକାରୀ ପ୍ରକାଶ ଚନ୍ଦ୍ର ଦାସ ସାର୍ବଜନୀନ ରାସ୍ତା ଅବରୋଧ ହଟାଇବା ପାଇଁ ଦାବି କରିଥିଲେ। ମାମଲାର ଶୁଣାଣି ସମୟରେ ହାଇକୋର୍ଟ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତା ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାସ୍ତା ଅବରୋଧ ମୁକ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଏକ ମିଳିତ କ୍ଷେତ୍ର ଯାଞ୍ଚ କରି ସାର୍ବଜନୀନ ଜମି କିମ୍ବା ରାସ୍ତା ଦଖଲ ହୋଇଛି କି ନାହିଁ, ସେଥିରେ ସ୍ପଷ୍ଟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ମିଳିତ ଯାଞ୍ଚ ରିପୋର୍ଟରେ ନବୀନ ନିବାସ ସାମ୍ନାରେ ଥିବା ପ୍ଲଟ୍‌ ନମ୍ବର ୧୦୨୧ର ପ୍ରାୟ ୦.୨୨୮ ଏକର ଏବଂ ପ୍ଲଟ୍‌ ନମ୍ବର ୧୦୩୫ର ପ୍ରାୟ ୦.୩୩୦ ଏକର ଜମି ସୁରକ୍ଷା ବ୍ୟାରିକେଡ୍‌ ଭିତରେ ରହିଥିବା ଉଲ୍ଲେଖ ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ଛକରୁ ପୁନାମା ଗେଟ୍‌ ପର୍ଯ୍ୟନ୍ତ ୧୦୦ ଫୁଟ୍‌ ଚଉଡ଼ାର ବିକଳ୍ପ ରାସ୍ତା ନିର୍ମାଣ ହୋଇଥିବା କଥା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଅଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଥିଲା। ବର୍ତ୍ତମାନ ପୂର୍ତ୍ତ ବିଭାଗ ଗୃହ ବିଭାଗ ମାଧ୍ୟମରେ କମିଶନରେଟ୍‌ ପୋଲିସ ଓ ଟ୍ରାଫିକ ଡିସିପିଙ୍କ ମତାମତ ଲୋଡ଼ିଛି। ବ୍ୟାରିକେଡ୍‌ ସମ୍ପୂର୍ଣ୍ଣ ହଟିବ କିମ୍ବା ସ୍ଥାନାନ୍ତର ହେବ, ସେନେଇ ଖୁବଶୀଘ୍ର ନିଷ୍ପତ୍ତି ହେବା ସମ୍ଭାବନା ରହିଛି।

Leave A Reply

Your email address will not be published.