ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ପଞ୍ଜାବର ଶିଳ୍ପ ମନ୍ତ୍ରୀ ସଞ୍ଜୀବ ଅରୋରା ମନି ଲଣ୍ଡରିଂ ମାମଲାରେ ଗିରଫ

0

ପଞ୍ଜାବ: ସଂଜୀବ ଅରୋରା ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶନିବାର ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ପଞ୍ଜାବର ଶିଳ୍ପ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଥିବା ସଞ୍ଜୀବ ଅରୋରାଙ୍କ ବିରୋଧରେ ଜମି କାରବାର, ଭୁଆ ଜିଏସଟି ବିଲ୍‌, ହାୱାଲା ଏବଂ ଦୁବାଇରୁ ଭାରତକୁ ଅବୈଧ ଟଙ୍କା ଆଣିବା ଭଳି ଗୁରୁତର ଅଭିଯୋଗ ରହିଛି। ଇଡି ପକ୍ଷରୁ ଦିଲ୍ଲୀ, ଗୁରୁଗ୍ରାମ ଓ ଚଣ୍ଡୀଗଡ଼ ସହ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହା ପରେ ସଞ୍ଜୀବ ଅରୋରାଙ୍କୁ ଗିରଫ କରାଯାଇଥିଲା।

ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁସାରେ, ସଞ୍ଜୀବ ଅରୋରାଙ୍କ କମ୍ପାନୀ ‘ହ୍ୟାମ୍ପଟନ ସ୍କାଇ ରିଅଲଟି ଲିମିଟେଡ୍‌’ ଭୁଆ କମ୍ପାନୀ ମାଧ୍ୟମରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନକଲି ଜିଏସଟି ବିଲ୍‌ ତିଆରି କରିଥିବା ସହ ଶେୟାର ବଜାରରେ ହେରଫେର କରିଥିବା ଅଭିଯୋଗ ରହିଛି। ଏହି ଟଙ୍କାକୁ ଦୁବାଇ ମାର୍ଗରେ ଭାରତକୁ ଆଣି “ରାଉଣ୍ଡ ଟ୍ରିପିଂ” କରାଯାଇଥିବା ମଧ୍ୟ ଇଡି ଦାବି କରିଛି। ଏହି ଗିରଫ ପରେ ପଞ୍ଜାବରେ ରାଜନୈତିକ ତାପମାତ୍ରା ବଢ଼ିଛି। ଭଗବାନ୍ତ ମାନ ଓ ଆମ ଆଦମୀ ପାର୍ଟି କେନ୍ଦ୍ର ସରକାର ଉପରେ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.