ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଉଚ୍ଚ ଆୟ ଥିବା ଲୋକଙ୍କୁ ମିଳିବ ନାହିଁ ଏଲପିଜି ସବସିଡି

0

ନୂଆଦିଲ୍ଲୀ; ବଢୁଥିବା ଇନ୍ଧନ ମୂଲ୍ୟ ଓ ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଏଲପିଜି ସବସିଡି ବ୍ୟବସ୍ଥାରେ ବଡ ପରିବର୍ତ୍ତନ କରିଛନ୍ତି। ବର୍ଷକୁ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଆୟ କରୁଥିବା ଗ୍ରାହକଙ୍କ ସବସିଡି ବନ୍ଦ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ସରକାରୀ ତୈଳ କମ୍ପାନୀମାନେ ଆୟକର ବିଭାଗର ତଥ୍ୟ ଆଧାରରେ ଏମିତି ଗ୍ରାହକଙ୍କୁ ଚିହ୍ନଟ କରୁଛନ୍ତି।

ଯେଉଁ ଗ୍ରାହକଙ୍କ ଆୟ ସରକାର ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଥିବା ଜଣାପଡୁଛି, ସେମାନଙ୍କୁ କମ୍ପାନୀ ପକ୍ଷରୁ ସନ୍ଦେଶ ପଠାଯାଉଛି। ଯଦି କୌଣସି ତଥ୍ୟ ଭୁଲ୍ ଥାଏ, ତେବେ ଗ୍ରାହକମାନେ ୭ ଦିନ ମଧ୍ୟରେ ଅଭିଯୋଗ କରିପାରିବେ। ନିର୍ଦ୍ଧାରିତ ସମୟରେ ଅଭିଯୋଗ ନହେଲେ ସବସିଡି ସ୍ଥାୟୀ ଭାବେ ବନ୍ଦ ହୋଇପାରେ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ଓ ବୈଦେଶିକ ମୁଦ୍ରା ଉପରେ ଚାପ ବଢୁଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ସେପଟେ ନୂଆ ଗ୍ୟାସ କନେକ୍ସନ୍ ଦେବା ପ୍ରକ୍ରିୟା ଧୀମା କରାଯାଇଥିବା ବେଳେ, ଗ୍ୟାସ ସିଲିଣ୍ଡର ପୁନଃ ବୁକିଂ ସମୟ ମଧ୍ୟ ବଢାଯାଇଛି। କଳାବଜାରୀ ରୋକିବା ଓ ଇନ୍ଧନ ସଞ୍ଚୟ କରିବାକୁ ସରକାର ଅଧିକ କଡା ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଛନ୍ତି।

Leave A Reply

Your email address will not be published.