ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

0

ନ୍ୟୁଜ୍ ବ୍ୟୁରୋ: ବିଶ୍ୱରେ ତୈଳ ସଙ୍କଟ ଏବଂ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସଞ୍ଜମ ଓ ସଞ୍ଚୟର ସନ୍ଦେଶ ଦେଇଛନ୍ତି। ରବିବାର ହାଇଦରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ସେ କହିଛନ୍ତି ଯେ, କେବଳ ସୀମାରେ ଯୁଦ୍ଧ କରିବା ଦେଶଭକ୍ତି ନୁହେଁ, ବରଂ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସମ୍ବଳର ସଞ୍ଚୟ କରିବା ମଧ୍ୟ ଏକ ବଡ଼ ଦେଶସେବା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସମୟରେ ଦେଶବାସୀ ‘ୱାର୍କ ଫ୍ରମ୍ ହୋମ୍’ ଏବଂ ଅନଲାଇନ୍ ମିଟିଂ ପ୍ରଣାଳୀକୁ ଆପଣାଇଥିଲେ। ବର୍ତ୍ତମାନର ପରିସ୍ଥିତିରେ ପୁଣିଥରେ ଯଦି ଏହାକୁ ପ୍ରାଧାନ୍ୟ ଦିଆଯାଏ, ତେବେ ପେଟ୍ରୋଲ ଓ ଡିଜେଲ୍‌ର ବ୍ୟବହାର କମିବା ସହ ଦେଶର ବିଦେଶୀ ମୁଦ୍ରା ସଞ୍ଚୟ ହେବ। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ସେ ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ ଭଳି ଇନ୍ଧନର ସଞ୍ଜମ ବ୍ୟବହାର କରିବାକୁ ଆହ୍ୱାନ କରିଛନ୍ତି। ସେହିପରି ସାଧାରଣ ପରିବହନ ବ୍ୟବସ୍ଥା ଏବଂ ବୈଦ୍ୟୁତିକ ଯାନର ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଗୋଟିଏ ବର୍ଷ ପାଇଁ ସୁନା ନ କିଣିବାକୁ ମଧ୍ୟ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ସୁନା ଆମଦାନୀ ପାଇଁ ଭାରତକୁ ବହୁ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି, ଯାହା ଦେଶର ଫରେକ୍ସ ରିଜର୍ଭ ଉପରେ ଚାପ ସୃଷ୍ଟି କରୁଛି। ଏହାସହ ବିଦେଶରେ ଛୁଟି କାଟିବା କିମ୍ବା ବିବାହ ଭଳି ଖର୍ଚ୍ଚ କମାଇ ସ୍ୱଦେଶୀ ପର୍ଯ୍ୟଟନ ଓ ସ୍ୱଦେଶୀ ସାମଗ୍ରୀକୁ ପ୍ରୋତ୍ସାହନ ଦେବାକୁ ସେ କହିଛନ୍ତି।

Leave A Reply

Your email address will not be published.