ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ତାମିଲନାଡୁ କ୍ୟାବିନେଟରେ ବିଭାଗ ବଣ୍ଟନ କଲେ ସିଏମ୍ ବିଜୟ

0

ତାମିଲନାଡୁ: ତାମିଲନାଡୁର ନବଗଠିତ ସରକାରରେ ମୁଖ୍ୟମନ୍ତ୍ରୀ ଜୋସେଫ ଚନ୍ଦ୍ରଶେଖର ବିଜୟ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ଗୃହ, ପୁଲିସ, ସାଧାରଣ ପ୍ରଶାସନ, ରାଜସ୍ୱ, ମହିଳା ଓ ଶିଶୁ କଲ୍ୟାଣ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛନ୍ତି। ଏହାସହ ଯୁବ ସଶକ୍ତିକରଣ, ଭିନ୍ନକ୍ଷମ କଲ୍ୟାଣ, ପୌର ପ୍ରଶାସନ ଓ ଜଳ ଯୋଗାଣ ବିଭାଗର ଦାୟିତ୍ୱ ମଧ୍ୟ ସେ ନିଜେ ସମ୍ଭାଳିବେ।

ନୂତନ କ୍ୟାବିନେଟରେ ବରିଷ୍ଠ ନେତା କେ.ଏ. ସେଙ୍ଗୋଟାଇୟାନଙ୍କୁ ଅର୍ଥ ବିଭାଗ ମିଳିଛି। ସେ ଅର୍ଥ, ପେନସନ ଓ ଭତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଦେଖିବେ। ସର୍ବକନିଷ୍ଠ ମନ୍ତ୍ରୀ ସେଲଭି ଏସ୍ କୀର୍ତ୍ତନାଙ୍କୁ ଶିଳ୍ପ ବିଭାଗ ଓ ନିବେଶ ପ୍ରୋତ୍ସାହନ ଦାୟିତ୍ୱ ଦିଆଯାଇଛି। ଜଣେ ଯୁବ ମହିଳା ନେତ୍ରୀଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ରାଜନୈତିକ ମହଳରେ ଚର୍ଚ୍ଚା ସୃଷ୍ଟି କରିଛି। ଏନ୍ ଆନନ୍ଦ ଗ୍ରାମୀଣ ବିକାଶ ଓ ଜଳସମ୍ପଦ ବିଭାଗର ଦାୟିତ୍ୱ ନେଇଛନ୍ତି। ତାଙ୍କ ଅଧୀନରେ ପଞ୍ଚାୟତ, ଦାରିଦ୍ର୍ୟ ଦୂରୀକରଣ, ଗ୍ରାମୀଣ ଋଣ ଓ ଜଳସେଚନ ପ୍ରକଳ୍ପ ରହିବ। ଆଧବ ଅର୍ଜୁନଙ୍କୁ ଲୋକ ନିର୍ମାଣ ଓ କ୍ରୀଡ଼ା ବିକାଶ ବିଭାଗ ଦିଆଯାଇଛି। ସେ ରାଜପଥ, ସରକାରୀ କୋଠା ଓ କ୍ଷୁଦ୍ର ବନ୍ଦର କାର୍ଯ୍ୟ ମଧ୍ୟ ତଦାରଖ କରିବେ।

ଡକ୍ଟର କେଜି ଅରୁଣରାଜଙ୍କୁ ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା ଓ ପରିବାର କଲ୍ୟାଣ ବିଭାଗ ଦିଆଯାଇଛି। ପି. ଭେଙ୍କଟରମଣନ ଖାଦ୍ୟ ଓ ନାଗରିକ ଯୋଗାଣ ବିଭାଗ ସହ ଗ୍ରାହକ ସୁରକ୍ଷା ଓ ମୂଲ୍ୟ ନିୟନ୍ତ୍ରଣ ଦେଖିବେ। ଆର୍. ନିର୍ମଳକୁମାରଙ୍କୁ ଶକ୍ତି ସମ୍ପଦ ଓ ଆଇନ ବିଭାଗ ମିଳିଛି। ସେ ବିଦ୍ୟୁତ, ଅଣ-ପାରମ୍ପରିକ ଶକ୍ତି, ଆଇନ, ଅଦାଲତ, କାରାଗାର, ଦୁର୍ନୀତି ନିବାରଣ ଓ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ତଦାରଖ କରିବେ।
ରାଜମୋହନଙ୍କୁ ସ୍କୁଲ ଶିକ୍ଷା, ତାମିଲ ବିକାଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିଛି। ସେ ତାମିଲ ସଂସ୍କୃତି, ପ୍ରତ୍ନତତ୍ତ୍ୱ, ଚଳଚ୍ଚିତ୍ର ପ୍ରଯୁକ୍ତିବିଦ୍ୟା ଓ ସରକାରୀ ପ୍ରେସ୍ କାର୍ଯ୍ୟ ମଧ୍ୟ ସମ୍ଭାଳିବେ।ଡକ୍ଟର ଟି.କେ. ପ୍ରଭୁଙ୍କୁ ପ୍ରାକୃତିକ ସମ୍ପଦ ବିଭାଗ ଦିଆଯାଇଛି। ସେ ଖଣିଜ ଓ ଖଣି ପରିଚାଳନା କାର୍ଯ୍ୟ ଦେଖିବେ। ନୂତନ କ୍ୟାବିନେଟରେ ଯୁବ ଓ ଅଭିଜ୍ଞ ନେତାଙ୍କୁ ସମନ୍ୱୟ କରାଯାଇଥିବାବେଳେ ଉନ୍ନୟନ ଓ ପ୍ରଶାସନିକ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଥିବା ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.