ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁଣେର ଶିକ୍ଷୟିତ୍ରୀ ଗିରଫ

0

ନ୍ୟୁଜ୍ ବ୍ୟୁରୋ: ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ବଡ଼ ସଫଳତା ପାଇଛି। ଏହି ଘଟଣାରେ ପୁଣେର ଜଣେ ବରିଷ୍ଠ ବଟାନି ଶିକ୍ଷୟିତ୍ରୀ ମନୀଷା ଗୁରୁନାଥ ମାଣ୍ଢାରେଙ୍କୁ ଗିରଫ କରାଯାଇଛି। ସେ ବାୟୋଲୋଜି ପ୍ରଶ୍ନପତ୍ର ଲିକ୍ ଘଟଣାର ଅନ୍ୟତମ ମୁଖ୍ୟ ସୂତ୍ରଧାର ଥିବା ସନ୍ଦେହ କରାଯାଉଛି। ମନୀଷାଙ୍କୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ବାୟୋଲୋଜି ପ୍ରଶ୍ନପତ୍ର ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାରେ ତାଙ୍କର ସମ୍ପୂର୍ଣ୍ଣ ପ୍ରବେଶାଧିକାର ଥିଲା। ଏହି ସୁଯୋଗକୁ ବ୍ୟବହାର କରି ସେ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ପୁଣେର କନସଲଟାଣ୍ଟ ମନୀଷା ୱାଗମାରେଙ୍କ ସହଯୋଗରେ ସେ କିଛି ପରୀକ୍ଷାର୍ଥୀଙ୍କୁ ଚୟନ କରି ନିଜ ଘରେ ବିଶେଷ କୋଚିଂ ଶ୍ରେଣୀ ଚାଲାଉଥିଲେ। ସେଠାରେ ବାୟୋଲୋଜି ବିଷୟର ସମ୍ଭାବ୍ୟ ପ୍ରଶ୍ନ ଛାତ୍ରଛାତ୍ରୀଙ୍କୁ କହି ନୋଟ୍ କରାଉଥିବା ଅଭିଯୋଗ ହୋଇଛି। ସିବିଆଇ କହିଛି, ତାଙ୍କ ଦ୍ୱାରା କହାଯାଇଥିବା ଅଧିକାଂଶ ପ୍ରଶ୍ନ ପରେ ମେ ୩ରେ ହୋଇଥିବା ନିଟ୍-ୟୁଜି ପରୀକ୍ଷାର ପ୍ରକୃତ ପ୍ରଶ୍ନପତ୍ର ସହ ମେଳ ଖାଇଥିଲା। ଏହା ପରେ ତଦନ୍ତକୁ ଆହୁରି ତୀବ୍ର କରାଯାଇଥିଲା।

ଏହି ମାମଲାରେ ଏପର୍ଯ୍ୟନ୍ତ ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାଶିକ, ପୁଣେ ଓ ଅହଲ୍ୟାନଗରରୁ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି। ସିବିଆଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲାପଟପ୍, ମୋବାଇଲ୍ ଫୋନ୍, ବ୍ୟାଙ୍କ ଦଲିଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଛି। ମାମଲାର ତଦନ୍ତ ଜାରି ରହିଥିବାବେଳେ ଆଉ କିଛି ଗିରଫ ହେବାର ସମ୍ଭାବନା ଥିବା ସିବିଆଇ ସୂଚନା ଦେଇଛି।

Leave A Reply

Your email address will not be published.