ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ

0

ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିବା ଅଭିଯୋଗ ଏବେ ଆମେରିକାରେ ଚର୍ଚ୍ଚାର ବିଷୟ ହୋଇଛି। ଆମେରିକୀୟ ମାଧ୍ୟମ ରିପୋର୍ଟ ଅନୁସାରେ, ଇରାନର ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC) ସହ ସଂଯୋଗ ଥିବା ଜଣେ ଇରାକୀ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ୩୨ ବର୍ଷୀୟ ମହମ୍ମଦ ବାକର ସାଦ ଦାଉଦ ଅଲ-ସାଦି ନାମକ ବ୍ୟକ୍ତି ସୋଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହୁଁଥିଲେ। ୨୦୨୦ ମସିହାରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଇରାନୀ କମାଣ୍ଡର କାସେମ ସୋଲେମାନୀ ନିହତ ହୋଇଥିଲେ। ଅଭିଯୋଗ ଅନୁସାରେ, ଅଲ-ସାଦି IRGC ସହ ଜଡିତ ଥିଲେ ଏବଂ ଆମେରିକାରେ ପ୍ରବେଶ କରି ଇଭାଙ୍କାଙ୍କୁ ଟାର୍ଗେଟ କରିଥିଲେ।

ତଦନ୍ତକାରୀମାନେ ସନ୍ଦିଗ୍ଧଙ୍କ ପାଖରୁ ଇଭାଙ୍କା ଟ୍ରମ୍ପଙ୍କ ଫ୍ଲୋରିଡା ଘରର ବ୍ଲୁପ୍ରିଣ୍ଟ ଜବତ କରିଥିବା ଦାବି କରିଛନ୍ତି। ସେ କିଛି ସମୟ ଧରି ଇଭାଙ୍କାଙ୍କ ଚଳାଚଳ ଉପରେ ନଜର ରଖୁଥିବା ବେଳେ ସୁରକ୍ଷା ଏଜେନ୍ସିମାନଙ୍କ ସନ୍ଦେହ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।
ୱାଶିଂଟନରେ ଇରାକୀ ଦୂତାବାସର ପୂର୍ବତନ ଡେପୁଟି ମିଲିଟାରୀ ଆଟାଚି ଆଣ୍ଟିଫାଦ କାନବାର ମଧ୍ୟ କହିଛନ୍ତି ଯେ, ସୋଲେମାନୀଙ୍କ ମୃତ୍ୟୁ ପରଠାରୁ ଅଲ-ସାଦି ଟ୍ରମ୍ପ ପରିବାର ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ତେବେ ଏହି ମାମଲାରେ ଇରାନ ସରକାର କିମ୍ବା IRGC ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ। ଆମେରିକୀୟ ଏଜେନ୍ସିମାନେ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.