ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା

0

ଆମେରିକା: ତୁଳସୀ ଗାବାର୍ଡ ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ନିର୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଇସ୍ତଫା ପତ୍ର ସେୟାର କରି ଏହି ସୂଚନା ଦେଇଛନ୍ତି। ସ୍ୱାମୀ ଆବ୍ରାହମ୍ ୱିଲିୟମ୍ସ ଏକ ଦୁର୍ଲଭ ପ୍ରକାରର ବୋନ୍ କ୍ୟାନ୍ସରରେ ପୀଡ଼ିତ ଥିବାରୁ ପରିବାରକୁ ସମୟ ଦେବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ଇସ୍ତଫା ପତ୍ରରେ ତୁଳସୀ ଲେଖିଛନ୍ତି ଯେ, ସ୍ୱାମୀଙ୍କ ଚିକିତ୍ସା ଓ ଏହି କଠିନ ସମୟରେ ତାଙ୍କ ପାଖରେ ରହିବା ଏବେ ସବୁଠୁ ବଡ଼ ପ୍ରାଥମିକତା। ସେ କହିଛନ୍ତି ଯେ ଆଗାମୀ ଦିନଗୁଡ଼ିକ ତାଙ୍କ ପରିବାର ପାଇଁ ବହୁତ ଚ୍ୟାଲେଞ୍ଜିଙ୍ଗ୍ ହେବ।

ତେବେ ତୁଳସୀ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ନିଜ ପଦରେ ରହିବେ। ଏହି ସମୟ ମଧ୍ୟରେ ଗୁପ୍ତଚର ବିଭାଗର କାର୍ଯ୍ୟ ନୂତନ ଅଧିକାରୀଙ୍କୁ ସୁଚାରୁ ଭାବେ ହସ୍ତାନ୍ତର କରାଯିବ। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆରୋନ ଲୁକାସଙ୍କୁ ଅସ୍ଥାୟୀ ଭାବେ ନୂତନ ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ‘ଟ୍ରୁଥ୍ ସୋସିଆଲ୍’ ପ୍ଲାଟଫର୍ମରେ ଗାବାର୍ଡଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ ତୁଳସୀ ଦେଶ ପାଇଁ ନିଷ୍ଠାର ସହ କାମ କରିଛନ୍ତି ଏବଂ ଏଭଳି ସମୟରେ ସ୍ୱାମୀଙ୍କ ସହ ରହିବା ତାଙ୍କର ସଠିକ୍ ନିଷ୍ପତ୍ତି। ଏହି ଇସ୍ତଫା ପରେ ଆମେରିକୀୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ୱାମୀଙ୍କ ଅସୁସ୍ଥତା ବ୍ୟତୀତ ଟ୍ରମ୍ପ ପ୍ରଶାସନର ବୈଦେଶିକ ନୀତିକୁ ନେଇ ମଧ୍ୟ ଗାବାର୍ଡଙ୍କ ସହ ମତଭେଦ ଥିବା କୁହାଯାଉଛି। ବିଶେଷ କରି ଇରାନ ଉପରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ସହମତ ନଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.