ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଭୁବନେଶ୍ୱରରେ କଙ୍ଗନା ରଣାୱତ

0

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ଓ ସାଂସଦ କଙ୍ଗନା ରଣାୱତ ନିଜ ଅଭିନୀତ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ଶୋ’ରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ସନ୍ଧ୍ୟାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଫିଲ୍ମର ପ୍ରିମିୟର ଶୋ’ ଦେଖିବେ। କାର୍ଯ୍ୟକ୍ରମ ପରେ ସେ ଦିଲ୍ଲୀ ଫେରିଯିବେ।

ଆସନ୍ତା ୧୨ ଜୁନରେ ମୁକ୍ତିଲାଭ କରିବାକୁ ଥିବା ‘ଭାରତ ଭାଗ୍ୟ ବିଧାତା’ ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମଟି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ କାମା ହସ୍ପିଟାଲରେ ଘଟିଥିବା ଘଟଣାକୁ ପରଦାରେ ଉପସ୍ଥାପନ କରିଛି। ଜଣେ ନର୍ସଙ୍କ ସାହସ, କର୍ତ୍ତବ୍ୟନିଷ୍ଠା ଓ ସମର୍ପଣର ଅକୁହା କାହାଣୀ ଏଥିରେ ଦେଖିବାକୁ ମିଳିବ।

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଙ୍ଗନା ‘ଏକ ପେଡ ମା’ କେ ନାମ’ ଅଭିଯାନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ସହ ଗଛ ରୋପଣ କରିଥିଲେ। ତାଙ୍କ ଆଗମନକୁ ନେଇ ରାଜଧାନୀରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ପୁରୀ ସାଂସଦ ସମ୍ବିତ ପତ୍ର ମଧ୍ୟ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରିବେଶ ସୁରକ୍ଷା ଓ ସବୁଜ ଓଡ଼ିଶା ଗଠନର ସନ୍ଦେଶ ଦେବା ଉଦ୍ଦେଶ୍ୟରେ ଏହି ଅଭିଯାନକୁ ଆଗେଇ ନିଆଯାଉଛି।

Leave A Reply

Your email address will not be published.