ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ଦେଶରେ ଆସିପାରେ ପଲିମର ନୋଟ

0

ପ୍ରସ୍ତାବ ଉପରେ ବିଚାର କରୁଛି ଆରବିଆଇ

ନ୍ୟୁଜ୍ ବ୍ୟୁରୋ: ଦେଶରେ ଶୀଘ୍ର ପଲିମର (ପ୍ଲାଷ୍ଟିକ) କରେନ୍ସି ନୋଟ ପ୍ରଚଳନ ହୋଇପାରେ। ଏନେଇ ସଞ୍ଜୟ ମଲହୋତ୍ରା ସୂଚନା ଦେଇ କହିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ପଲିମର କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ ଉପରେ ବିଚାର କରୁଛି। ତେବେ ଏହି ପ୍ରସ୍ତାବ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିବା ସେ ସ୍ପଷ୍ଟ କରିଛନ୍ତି।

ଭାରତ ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ ନୋଟ ପ୍ରଚଳନ ପାଇଁ ପଦକ୍ଷେପ ନେଇଥିଲା। ୨୦୧୨ ମସିହାରେ ଭୁବନେଶ୍ୱର ସମେତ କୋଚି, ମୈସୂର, ଜୟପୁର ଓ ଶିମଲାରେ ୧୦ ଟଙ୍କିଆ ପଲିମର ନୋଟର ପରୀକ୍ଷଣ କରାଯାଇଥିଲା। କିନ୍ତୁ ଏଟିଏମ ଓ କ୍ୟାଶ ପ୍ରୋସେସିଂ ମେସିନରେ ବିଭିନ୍ନ ପ୍ରାୟୋଗିକ ସମସ୍ୟା ଦେଖାଦେବାରୁ ଏହି ପ୍ରକଳ୍ପକୁ ବନ୍ଦ କରାଯାଇଥିଲା। ପଲିମର କରେନ୍ସି କପା ଆଧାରିତ କାଗଜ ନୋଟ ପରିବର୍ତ୍ତେ ଏକ ପତଳା ଓ ନମନୀୟ ପ୍ଲାଷ୍ଟିକ ସବଷ୍ଟ୍ରେଟରୁ ତିଆରି ହୋଇଥାଏ। ଏହା ସାଧାରଣତଃ BOPP (Bi-Axially Oriented Polypropylene) ଦ୍ୱାରା ନିର୍ମିତ ହୋଇଥାଏ।

Leave A Reply

Your email address will not be published.