ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀ ଦୀଘାର ଜଗନ୍ନାଥ ମନ୍ଦିରର ନାମକରଣ ବିବାଦ ମଧ୍ୟରେ ଏକ ନୂଆ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ “ଦୀଘା ଜଗନ୍ନାଥ ଧାମ” ନାମରୁ “ଧାମ” ଶବ୍ଦ ହଟାଯାଇ ଏହାକୁ “ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର” ଭାବେ ନାମକରଣ କରାଯିବ। ଏହି ବିବାଦ ମଧ୍ୟରେ ମୋହନ ଚରଣ ମାଝୀ ପୂର୍ବରୁ ଏକ ଚିଠି ଲେଖି “ଧାମ” ଶବ୍ଦ ବ୍ୟବହାର ଉପରେ ଆପତ୍ତି ଜଣାଇଥିଲେ। ତାଙ୍କ ମତାନୁସାରେ “ଜଗନ୍ନାଥ ଧାମ” ଶବ୍ଦ କେବଳ ପୁରୀ ସହ ଐତିହାସିକ ଓ ଧାର୍ମିକ ଭାବେ ଜଡିତ, ତେଣୁ ଅନ୍ୟ ସ୍ଥାନରେ ଏହାର ବ୍ୟବହାର ଭକ୍ତମାନଙ୍କ ଭାବାବେଗକୁ ପ୍ରଭାବିତ କରୁଛି।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ପୂର୍ବ ସରକାର “ଧାମ” ଶବ୍ଦ ଯୋଡ଼ିଥିବା ନିଷ୍ପତ୍ତି ଭୁଲ ଥିଲା ଏବଂ ଏହାକୁ ସଂଶୋଧନ କରାଯିବ। ସେ ଆହୁରି କହିଛନ୍ତି ଯେ ଏହି ବିଷୟରେ ପୁରୀର ସାଂସଦ ସମ୍ବିତ ପାତ୍ର ସହ ମଧ୍ୟ ଆଲୋଚନା ହୋଇଛି ଏବଂ ଆଗାମୀ କ୍ୟାବିନେଟ ବୈଠକରେ ନାମ ପରିବର୍ତ୍ତନ ପ୍ରସ୍ତାବ ଆଣାଯିବ।ଦୀଘାର ଜଗନ୍ନାଥ ମନ୍ଦିରକୁ “ଧାମ” ଭାବେ ନାମକରଣ କରାଯିବା ପ୍ରସଙ୍ଗରେ ପୂର୍ବରୁ ଓଡ଼ିଶାରେ ଭାରି ବିରୋଧ ଦେଖାଯାଇଥିଲା। ଧାର୍ମିକ ସଂଗଠନ ଓ ସେବାୟତମାନେ ପୁରୀକୁ ଏକମାତ୍ର “ଜଗନ୍ନାଥ ଧାମ” ବୋଲି ଦାବି କରିଥିଲେ।

ନୂଆ ଘୋଷଣା ପରେ ଏହି ବିବାଦ କିଛି ପରିମାଣରେ ଶାନ୍ତ ହେବ ବୋଲି ଆଶା ରହିଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପଶ୍ଚିମବଙ୍ଗ କ୍ୟାବିନେଟ ଅନୁମୋଦନ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.