ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

0

ଭୁବନେଶ୍ବର: ଅର୍ଥନୈତିକ ଭାବେ ଅନଗ୍ରସର ଶ୍ରେଣୀର ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱାସନ ମୂଳକ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଏବଂ ଅନ୍ୟ ରାଜ୍ୟ ସରକାରୀ ଆବାସ ଯୋଜନା ଅଧୀନରେ ଘର କିଣୁଥିବା ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଫିରେ ବଡ଼ ରିହାତି ଦିଆଯିବ।

ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନୂଆ ନିୟମ ଅନୁଯାୟୀ ୬୦ ବର୍ଗ ମିଟର ପର୍ଯ୍ୟନ୍ତ କାର୍ପେଟ ଏରିଆ ଥିବା ଘର ପାଇଁ ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଫିକୁ ମାତ୍ର ୦.୬% ରୁ ୦.୭% ପର୍ଯ୍ୟନ୍ତ କମାଯାଇଛି। ପୂର୍ବରୁ ଏହି ହାର ୬% ରୁ ୭% ଥିଲା।

ସରକାରୀ ଅଧିକାରୀମାନଙ୍କ ଅନୁଯାୟୀ, ଏହି ପଦକ୍ଷେପରେ ଗରିବ ଓ ନିମ୍ନ ଆୟକାରୀ ପରିବାରଙ୍କ ଉପରେ ଥିବା ଆର୍ଥିକ ଭାର ଅନେକ ହ୍ରାସ ପାଇବ। ଘର ପଞ୍ଜୀକରଣ ଖର୍ଚ୍ଚ ପ୍ରାୟ ଦଶମାଂଶକୁ କମିଯିବ ବୋଲି ଆକଳନ କରାଯାଇଛି।

ଏହି ନିଷ୍ପତ୍ତିକୁ ଆବାସ ଏବଂ ନଗର ମାମଲା ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ସହ ସମନ୍ୱୟ କରି ନିଆଯାଇଛି ଏବଂ ସହରାଞ୍ଚଳ ଆବାସ ସଂସ୍କାରକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରହିଛି। ଏହା ଦ୍ୱାରା ୨୦୨୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ର ଦ୍ୱିତୀୟ ପର୍ଯ୍ୟାୟକୁ ଅଧିକ ଦ୍ରୁତ ଓ ସଫଳ କରାଯିବ ବୋଲି ଆଶା କରାଯାଉଛି। ଏହି ରିହାତି ସହରାଞ୍ଚଳର ସମସ୍ତ ଗରିବ ହିତାଧିକାରୀଙ୍କୁ ଲାଗୁ ହେବ। କାର୍ଯ୍ୟକ୍ରମ ପରିଚାଳନାରେ ଓଡ଼ିଶା ସହର ଆବାସ ମିଶନ ମୁଖ୍ୟ ଭୂମିକା ନେବ ଏବଂ କେନ୍ଦ୍ର ସରକାର ସହ ମଧ୍ୟ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ଏହି ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଫଳରେ ଗରିବ ଓ ମଧ୍ୟବର୍ଗୀୟ ପରିବାରମାନେ ଅଧିକ ଆଗ୍ରହ ସହ ଘର କିଣିବେ ଏବଂ ସହରାଞ୍ଚଳ ଆବାସ ଯୋଜନାର ଲକ୍ଷ୍ୟ ପୂରଣ ହେବ।

Leave A Reply

Your email address will not be published.