ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ପତିତପାବନ, ଆନନ୍ଦବଜାର ଓ ନୀଳଚକ୍ରକୁ ମିଳିଲା ଟ୍ରେଡମାର୍କ ସ୍ୱୀକୃତି

0

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ପତିତପାବନ, ଆନନ୍ଦବଜାର ଓ ନୀଳଚକ୍ର ନାମକୁ ବୁଧବାର ଟ୍ରେଡମାର୍କ ସ୍ୱୀକୃତି ମିଳିଛି। ଇଣ୍ଡିଆ ଟ୍ରେଡମାର୍କ ରେଜେଷ୍ଟ୍ରି ପକ୍ଷରୁ ଏହି ତିନିଟି ନାମକୁ ଆଇନଗତ ମାନ୍ୟତା ଦିଆଯାଇଛି। ଏହା ସହିତ ଶ୍ରୀମନ୍ଦିର ପକ୍ଷରୁ ଦାଖଲ ହୋଇଥିବା ଆଉ ୨୬ଟି ଟ୍ରେଡମାର୍କ ଆବେଦନ ବିଚାରାଧୀନ ରହିଛି ଏବଂ ସେଗୁଡ଼ିକ ଶୀଘ୍ର ଅନୁମୋଦନ ଲାଭ କରିବ ବୋଲି ମନ୍ଦିର ପ୍ରଶାସନ ଆଶା ପ୍ରକାଶ କରିଛି।

ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ, ପତିତପାବନ, ନୀଳଚକ୍ର ସମେତ ମୋଟ ୨୯ଟି ନାମ ଓ ପ୍ରତୀକର ଟ୍ରେଡମାର୍କ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିଲା। ଏହି ନାମଗୁଡ଼ିକ ଜଗନ୍ନାଥ ସଂସ୍କୃତିର ଐତିହ୍ୟ, ଆଧ୍ୟାତ୍ମିକତା ଓ ସ୍ୱତନ୍ତ୍ର ପରିଚୟକୁ ବହନ କରୁଥିବାରୁ ସେଗୁଡ଼ିକର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ମନ୍ଦିର ପ୍ରଶାସନର ସୂଚନା ଅନୁସାରେ, କେତେକ ସଂସ୍ଥା ଓ ବ୍ୟବସାୟିକ ଗୋଷ୍ଠୀ ଏହି ନାମଗୁଡ଼ିକୁ ଅନଧିକାର ଭାବେ ବ୍ୟବହାର କରି ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଭ୍ରମିତ କରୁଥିଲେ। ଟ୍ରେଡମାର୍କ ପଞ୍ଜୀକରଣ ଫଳରେ ଏହି ନାମ ଓ ପ୍ରତୀକଗୁଡ଼ିକର ଅପବ୍ୟବହାର ଏବଂ ବ୍ୟବସାୟିକ ଶୋଷଣ ଉପରେ ରୋକ ଲଗାଇବା ସମ୍ଭବ ହେବ। ଦୀର୍ଘଦିନର ଦାବି ପରେ ପରିଚାଳନା କମିଟିର ଅନୁମୋଦନ ସହ ଏହି ଉଦ୍ୟମକୁ ଆଗେଇ ନିଆଯାଇଥିଲା।

Leave A Reply

Your email address will not be published.