ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଟିଏମ୍‌ସିରୁ ଇସ୍ତଫା ଦେଲେ ସାଂସଦ ପ୍ରକାଶ ଚିକ୍ ବାରାଇକ

0

ପଶ୍ଚିମବଙ୍ଗ; ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ପାଇଁ ରାଜନୈତିକ ସଙ୍କଟ ଆହୁରି ଗଭୀର ହେଉଛି। ଦଳର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରାଇକ ଗୁରୁବାର ତାଙ୍କ ସଦସ୍ୟତାରୁ ଇସ୍ତଫା ଦେଇଥିବା ବେଳେ, ଏହା ଟିଏମସି ପାଇଁ ଆଉ ଏକ ବଡ଼ ଝଟକା ଭାବେ ଦେଖାଯାଉଛି। ପ୍ରକାଶ ଚିକ୍ ବାରାଇକଙ୍କ ପୂର୍ବରୁ ଦଳର ଅନ୍ୟ ଦୁଇ ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ଓ ସୁସ୍ମିତା ଦେବ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହି କ୍ରମାଗତ ଇସ୍ତଫା ଫଳରେ ଉଚ୍ଚ ସଦନରେ ଟିଏମସିର ସଂଖ୍ୟାବଳ ଗୁରୁତର ଭାବେ କମିଛି। ବାରାଇକଙ୍କ ଇସ୍ତଫା ପରେ ରାଜ୍ୟସଭାରେ ଦଳର ସାଂସଦ ସଂଖ୍ୟା ୧୦କୁ ହ୍ରାସ ପାଇଥିବା ଜଣାପଡ଼ିଛି।

ବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱ ଉପରେ ଚାପ ବଢ଼ୁଥିବା ବେଳେ, ଦଳ ଭିତରେ ଅସନ୍ତୋଷ ମଧ୍ୟ ସାମ୍ନାକୁ ଆସୁଛି। ବିଧାୟକଠାରୁ ସାଂସଦ ପର୍ଯ୍ୟନ୍ତ ଅନେକ ନେତା ଦଳ ଛାଡ଼ୁଥିବା ଚର୍ଚ୍ଚା ଜୋର ଧରିଛି। ଏହାସହ ଅଭିନେତ୍ରୀ-ରାଜନେତ୍ରୀ ସାୟାନୀ ଘୋଷ, ପୂର୍ବତନ କ୍ରିକେଟର ୟୁସୁଫ ପଠାନ ଓ ବରିଷ୍ଠ ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ନାମ ମଧ୍ୟ ବିଦ୍ରୋହୀ ଶିବିର ସହ ଯୋଡ଼ାଯାଉଥିବାରୁ ଟିଏମସିର ଭବିଷ୍ୟତ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ବଢ଼ିଛି। ବର୍ତ୍ତମାନ ଏହି ଘଟଣାବଳୀ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ମୋଡ଼ ଆଣିବ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି।

Leave A Reply

Your email address will not be published.