ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍ ସମ୍ମାନ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର) ଅନ୍ତର୍ଗତ ସୋସିଆଲ୍ ସାଇନସ୍ ଓ ହ୍ୟୁମାନିଟିଜ୍ ବିଭାଗର ଇଂରାଜୀ ବିଭାଗର ଗବେଷକ ଛାତ୍ର ଶ୍ରୀଯୁକ୍ତ ସାନ୍ଦିପନି ଚୌଧୁରୀଙ୍କୁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଛି ।
ତାଙ୍କର ସନ୍ଦର୍ଭଟି ମାଲେସିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ନୟନଦିପ୍ ସିଂ କନୱାଲ୍‌ଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଛି। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆମେରିକାର ବିଶିଷ୍ଟ ଔପନ୍ୟାସିକ କୋର୍‌ମାକ୍ ମାର୍କକାର୍ଥିଙ୍କ ଉପନ୍ୟାସର ବର୍ଣ୍ଣନାଧର୍ମୀ ଶୈଳୀ ଉପରେ ଶ୍ରୀ ଚୌଧୁରୀ ଯେଉଁ ମୌଳିକ ଉପାଦେୟ ମୂଳକ ତଥ୍ୟ ଉପସ୍ଥାପନ କରିଛନ୍ତି ତାହା ବେଶ୍ ସୁଦୃଢ଼ ଓ ସଶକ୍ତ ଭିତିଭୂମି ଉପରେ ପ୍ରତିଷ୍ଠିତ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଛନ୍ତି । ହରିୟାନାସ୍ଥ ସେଂଟ୍ରାଲ୍ ୟୁନିଭରସିଟିର ପ୍ରଫେସର୍ ଡକ୍ଟର ତନୁ ଗୁପ୍ତା ସନ୍ଦର୍ଭଟିର ଗୁଣାତ୍ମକ ମୂଲ୍ୟବୋଧ ଓ ନିଷ୍କର୍ଶରେ ମୌଳିକତା ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ଚୌଧୁରୀ ସୋଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଦୀର୍ଘ ୪ବର୍ଷରୁ ଅଧିକ ସମୟ ଧରି ଗବେଷଣା କରିଆସୁଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ, ସୋଆର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଉଚ୍ଚ ଗବେଷଣା କାର୍ଯ୍ୟ ନିମନ୍ତେ ବିଶ୍ୱର ବହୁ ପ୍ରତିଷ୍ଟିତ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଦ୍ୱାରା ପ୍ରଶଂସିତ ହୋଇ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବର ପରମ୍ପରା ବଜାୟ ରଖିଛନ୍ତି ।

Leave A Reply

Your email address will not be published.