ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ

0

ଭୁବନେଶ୍ବର: ଭୁବନେଶ୍ୱରର ୟୁନିଟ୍-୧ ହାଟରେ ଗତ ୫ ମାସ ମଧ୍ୟରେ ଦୁଇଥର ଅଗ୍ନିକାଣ୍ଡ ଘଟି ପ୍ରାୟ ୮୦ରୁ ଅଧିକ ଦୋକାନ ପୋଡ଼ିଯିବା ପରେ ବଡ଼ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ହାଟ ଭିତରେ ଭବିଷ୍ୟତରେ ଅଗ୍ନିକାଣ୍ଡକୁ ରୋକିବା ଏବଂ କ୍ଷୟକ୍ଷତି କମାଇବା ପାଇଁ ଏକ ଅତ୍ୟାଧୁନିକ ୱାଟର ସ୍ପ୍ରିଙ୍କଲର ବା ଫାୟାର ଫାଇଟିଂ ସିଷ୍ଟମ ସ୍ଥାପନ କରାଯିବ।

ଏହି ପ୍ରକଳ୍ପ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ପକ୍ଷରୁ ବିଏମ୍ସିକୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୁବଶୀଘ୍ର ଏହାର ନିର୍ମାଣ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଯୋଜନା ଅନୁଯାୟୀ, ହାଟର ପାର୍କିଂ ସ୍ଥାନରେ ଏକ ବୃହତ୍ ଭୂତଳ ଜଳ ସଂରକ୍ଷଣ ଟାଙ୍କି ଓ ପମ୍ପ ହାଉସ ନିର୍ମାଣ କରାଯିବ। ଏହା ସହ ହାଟର ସମଗ୍ର ପରିସରରେ ପାଇପ ଲାଇନ୍ ବିଛାଯିବ ଏବଂ ପ୍ରତ୍ୟେକ ଦୋକାନ ସାମ୍ନାରେ ୱାଟର ସ୍ପ୍ରିଙ୍କଲର ସ୍ଥାପନ କରାଯିବ।
ଏହି ବ୍ୟବସ୍ଥା ମାଧ୍ୟମରେ କୌଣସି ସ୍ଥାନରେ ନିଆଁ ଲାଗିଲେ ସ୍ପ୍ରିଙ୍କଲର ସ୍ୱୟଂଚାଳିତ ଭାବେ ସକ୍ରିୟ ହୋଇ ପାଣି ଛିଞ୍ଚିବ, ଫଳରେ ଅଗ୍ନିକାଣ୍ଡକୁ ପ୍ରାରମ୍ଭିକ ସ୍ତରରେ ନିୟନ୍ତ୍ରଣ କରାଯାଇପାରିବ। ବିଏମସିର ଏହି ପଦକ୍ଷେପକୁ ସ୍ୱାଗତ କରି ୟୁନିଟ୍-୧ ହାଟ ବ୍ୟବସାୟୀ ସଂଘ ପକ୍ଷରୁ କୃତଜ୍ଞତା ଜଣାଯାଇଛି। ବ୍ୟବସାୟୀମାନଙ୍କ ମତରେ, ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଭବିଷ୍ୟତରେ ବଡ଼ ଧରଣର ଅଗ୍ନିକାଣ୍ଡ ଓ ଆର୍ଥିକ କ୍ଷତିକୁ ଅନେକାଂଶରେ ରୋକାଯାଇପାରିବ।

Leave A Reply

Your email address will not be published.