ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ

0

କେନ୍ଦୁଝର: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଗୁରୁବାର କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ କାହାରି ଗୁରୁତର ଆହତ ହେବାର ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ମନ୍ତ୍ରୀ ମୟୂରଭଞ୍ଜ ଗସ୍ତରେ ଯାଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସମ୍ମୁଖରେ ଯାଉଥିବା ପାଇଲଟ୍‌ ଗାଡ଼ି ହଠାତ୍ ବ୍ରେକ୍‌ ଦେବାରୁ ପଛରେ ଥିବା ମନ୍ତ୍ରୀଙ୍କ ଗାଡ଼ି ତାହା ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ତୁରନ୍ତ ମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଗାଡ଼ିରୁ ବାହାର କରାଯାଇଥିଲା। ଗାଡ଼ିର ଏୟାରବ୍ୟାଗ୍ ଠିକ୍ ସମୟରେ ଖୋଲିଯିବାରୁ ବଡ଼ ଧରଣର ଅଘଟଣ ଟଳିଯାଇଥିଲା। ପରେ ସେ ଅନ୍ୟ ଏକ ଗାଡ଼ିରେ ନିଜ ମୟୂରଭଞ୍ଜ ଗସ୍ତ ଜାରି ରଖିଥିଲେ।

ଘଟଣା ପରେ ତେଲକୋଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ଏବଂ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଇବାର ବ୍ୟବସ୍ଥା କରିଥିଲା। ଏହି ଘଟଣା ପରେ ମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚର୍ଚ୍ଚା ବଢ଼ିଛି।

Leave A Reply

Your email address will not be published.