ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ପ୍ରକାଶ ପାଇଲା +୩ ନାମଲେଖାର ପ୍ରଥମ ମେଧା ତାଲିକା

0

ଭୁବନେଶ୍ବର: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ (+୩) ପାଠ୍ୟକ୍ରମର ଫେଜ୍-୧ ନାମଲେଖାର ପ୍ରଥମ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। ଏହି ତାଲିକାରେ ରାଜ୍ୟର ୧ ଲକ୍ଷ ୭୮ ହଜାର ୭୮୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ମୋଟ ୨ ଲକ୍ଷ ୮୭ ହଜାର ୩୨୭ଟି ଆସନ ଥିବାବେଳେ ୨ ଲକ୍ଷ ୩୭ ହଜାର ୨୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬୯,୧୮୨ ଜଣ ପୁଅ, ୧,୦୯,୫୯୧ ଜଣ ଝିଅ ଏବଂ ୯ ଜଣ ଟ୍ରାନ୍ସଜେଣ୍ଡର ଛାତ୍ରଛାତ୍ରୀ ରହିଛନ୍ତି।

ବିଷୟଭିତ୍ତିକ ଭାବେ କଳା ବିଭାଗରେ ସର୍ବାଧିକ ୧,୧୨,୮୨୨ ଜଣ ମନୋନୀତ ହୋଇଥିବା ବେଳେ ବିଜ୍ଞାନରେ ୪୩,୬୯୩ ଜଣ, ବାଣିଜ୍ୟରେ ୧୫,୬୨୪ ଜଣ, ଶାସ୍ତ୍ରୀ ପାଠ୍ୟକ୍ରମରେ ୩,୩୭୧ ଜଣ, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୩,୨୪୫ ଜଣ ଏବଂ ଆଇନ ପାଠ୍ୟକ୍ରମରେ ୧୬୭ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି।
କଟ୍-ଅଫ୍ ମାର୍କ ଦୃଷ୍ଟିରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ପୁଣିଥରେ ଶୀର୍ଷରେ ରହିଛି। କଳା ବିଭାଗରେ ରାଜନୀତି ବିଜ୍ଞାନ ପାଇଁ ୯୪.୫୦%, ଫିଜିକ୍ସ ପାଇଁ ୯୬.୫୦% ଏବଂ ଜୁଲୋଜି ପାଇଁ ୯୪.୮୩% କଟ୍-ଅଫ୍ ରେକର୍ଡ କରାଯାଇଛି। ବାଣିଜ୍ୟରେ ରେଭେନ୍ସାର କଟ୍-ଅଫ୍ ୮୯.୧୭% ରହିଛି। ସେଲ୍ଫ ଫାଇନାନ୍ସିଂ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମରେ ବିଜେବି (ସ୍ୱୟଂଶାସିତ) ମହାବିଦ୍ୟାଳୟର କଟ୍-ଅଫ୍ ୯୨% ଥିବାବେଳେ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏ-ଏଲଏଲବି ପାଠ୍ୟକ୍ରମ ପାଇଁ କଟ୍-ଅଫ୍ ୮୯.୪୦% ରହିଛି।

ପ୍ରଥମ ମେଧା ତାଲିକାରେ ଚୟନୀତ ଏବଂ ‘ଫ୍ରିଜ୍’ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ଜୁନ୍ ୨୩ରୁ ୨୫ ତାରିଖ ମଧ୍ୟରେ ସମ୍ପୃକ୍ତ ଅନୁଷ୍ଠାନରେ ନାମଲେଖା ସମ୍ପୂର୍ଣ୍ଣ କରିବେ। ଅନ୍ୟପକ୍ଷରେ ‘ସ୍ଲାଇଡ୍’ କିମ୍ବା ‘ଫ୍ଲୋଟ୍’ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ନାମଲେଖା ଶୁଳ୍କ ଜମା କରି ଦ୍ୱିତୀୟ ମେଧା ତାଲିକାକୁ ଅପେକ୍ଷା କରିବେ।
ଏହାଛଡ଼ା, ପ୍ରଥମ ପସନ୍ଦର ଅନୁଷ୍ଠାନରେ ଆସନ ପାଇଥିଲେ ମଧ୍ୟ ନାମଲେଖା କରିବାକୁ ଇଚ୍ଛୁକ ନଥିବା ଛାତ୍ରଛାତ୍ରୀମାନେ ନୂତନ ‘ଅଲ୍ଟର’ ବିକଳ୍ପ ମାଧ୍ୟମରେ OTP ଯାଞ୍ଚ କରି ନିଜ ପସନ୍ଦର ପରିବର୍ତ୍ତନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.