ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

0

‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଏହି ପୁରସ୍କାର ଘୋଷଣା କରିଛନ୍ତି। ୨୦୨୩ ବର୍ଷ ପାଇଁ ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ, ୨୦୨୪ ବର୍ଷ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ହାସଲ କରିଛି।

୨୦୨୩ ପାଇଁ ‘ପୁଷ୍କରା’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସୁପ୍ରିୟା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବିବେଚିତ ହୋଇଥିବା ବେଳେ ହରିହର ମହାପାତ୍ର ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଛନ୍ତି। ସେହିପରି ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ପାଇଁ ନୈନା ଦାସ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ ହୋଇଛନ୍ତି। ଅନ୍ୟପଟେ ‘ଧୋରେ ବାବୁ ଧୋ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ହରିହର ମହାପାତ୍ର ଶ୍ରେଷ୍ଠ ଅଭିନେତା ସମ୍ମାନ ହାସଲ କରିଛନ୍ତି। ଏହାସହ ‘ପାବାର’ ଚଳଚ୍ଚିତ୍ର ପାଇଁ ଲୋକପ୍ରିୟ ଅଭିନେତା ବାବୁସାନ୍‌ ମହାନ୍ତି ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଛନ୍ତି।

ସେହିପରି ‘ମୋ ବୋଉ ମୋ ଗାଁ’ ଚଳଚ୍ଚିତ୍ରକୁ ପ୍ରାମାଣିକ ଚଳଚ୍ଚିତ୍ର (ଡକ୍ୟୁମେଣ୍ଟାରି) ବର୍ଗରେ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ପରେ ଓଲିଉଡ୍ ଜଗତରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବାବେଳେ, ପୁରସ୍କୃତ କଳାକାର ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଭିନ୍ନ ମହଳରୁ ଅଭିନନ୍ଦନ ଜଣାଯାଉଛି।

Leave A Reply

Your email address will not be published.