ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଗୋଟିଏ ଦିନରେ ଓଟିଇଟି ଓ ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା

0

ଭୁବନେଶ୍ବର: ଜୁନ୍ ୨୮ ତାରିଖରେ ଓଡ଼ିଶାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ଏକାସାଙ୍ଗରେ ହେବାକୁ ଥିବାରୁ ହଜାର ହଜାର ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଛନ୍ତି। ସେହିଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ସହିତ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍ ସୁପରଭାଇଜର, ଅମିନ ଓ ଏସ୍‌ଏଫ୍‌ଏସ୍‌ ପଦ ପାଇଁ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ।

ପୂର୍ବରୁ ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା ଜୁନ୍ ୨୦ରେ ହେବାକୁ ଥିଲା। ତେବେ ପ୍ରଶାସନିକ କାରଣରୁ ଏହାକୁ ଜୁନ୍ ୨୮କୁ ସ୍ଥଗିତ କରାଯାଇଛି। ନୂଆ ତାରିଖ ଘୋଷଣା ପରେ ଅନେକ ଆଶାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି, କାରଣ ସେହିଦିନ ଓଟିଇଟି ପରୀକ୍ଷା ମଧ୍ୟ ନିର୍ଦ୍ଧାରିତ ରହିଛି। ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଏବେ ଅସୁବିଧାରେ ପଡ଼ିଛନ୍ତି। ଦୀର୍ଘ ସମୟ ଧରି ଦୁଇଟି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବା ବେଳେ ଗୋଟିଏ ଦିନରେ ପରୀକ୍ଷା ହେବା ସେମାନଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନେକ ପରୀକ୍ଷାର୍ଥୀଙ୍କ ଆଶଙ୍କା, ପରୀକ୍ଷା ସମୟ କିମ୍ବା କେନ୍ଦ୍ର ଭିନ୍ନ ଜିଲ୍ଲାରେ ଥିଲେ ଉଭୟ ପରୀକ୍ଷା ଦେବା ସମ୍ଭବ ହୋଇନପାରେ।

ପ୍ରାର୍ଥୀମାନଙ୍କ ମତରେ, ଏହା କେବଳ ମାନସିକ ଚାପ ବଢ଼ାଇବ ନୁହେଁ, ବରଂ ଦୀର୍ଘଦିନର ପରିଶ୍ରମ ଓ ପ୍ରସ୍ତୁତି ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଏହି ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଓ ଇ-ମେଲ୍ ମାଧ୍ୟମରେ ଅନେକ ଆଶାୟୀ ଓଟିଇଟି ଏବଂ ଓଏସ୍‌ଏସ୍‌ଏସ୍‌ସିC କର୍ତ୍ତୃପକ୍ଷଙ୍କୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଛନ୍ତି।ପରୀକ୍ଷା ତାରିଖରେ ପରିବର୍ତ୍ତନ ହେବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ।

Leave A Reply

Your email address will not be published.