ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ

0

ବାଲେଶ୍ବର: ବାଲେଶ୍ୱରରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ମଧ୍ୟରେ ଏକ ଭାବବିହ୍ୱଳ ଦୃଶ୍ୟ ସାମ୍ନାକୁ ଆସିଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫ଟି ନର୍ସିଂ କଲେଜର ଛାତ୍ରଛାତ୍ରୀ ଗତ ୬ ବର୍ଷ ଧରି ପରୀକ୍ଷା ଅନୁଷ୍ଠିତ ହୋଇନଥିବା ଅଭିଯୋଗ କରି ଆନ୍ଦୋଳନ ଜାରି ରଖିଛନ୍ତି।

ଏହି ପ୍ରସଙ୍ଗରେ ଆଜି ବାଲେଶ୍ୱର ଗସ୍ତରେ ଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଛାତ୍ରଛାତ୍ରୀମାନେ ସାକ୍ଷାତ କରି ନିଜ ସମସ୍ୟା ଜଣାଇଥିଲେ। ପରୀକ୍ଷା କରାଇବା ଓ ନିଜ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସେମାନେ ହାତ ଯୋଡ଼ି ଅନୁରୋଧ କରିଥିଲେ। ଏପରିକି କିଛି ଛାତ୍ରଛାତ୍ରୀ ମନ୍ତ୍ରୀଙ୍କ ପାଦତଳେ ପଡ଼ି ନିଜ ଦୁଃଖ ବ୍ୟକ୍ତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏନେଇ ପ୍ରତିକ୍ରିୟା ରଖି ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ସମସ୍ତ ନର୍ସିଂ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ଏବଂ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଯାହା ଆବଶ୍ୟକ ପଦକ୍ଷେପ, ତାହା ଗ୍ରହଣ କରାଯିବ। ଦୀର୍ଘ ୬ ବର୍ଷ ଧରି ପରୀକ୍ଷା ନ ହେବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ପଡ଼ିଥିବା ବେଳେ ସେମାନେ ଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.