ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ

0

ଭୁବନେଶ୍ବର: ରୋଗୀଙ୍କୁ ଶସ୍ତା ଓ ସୁଲଭ ଔଷଧ ଯୋଗାଇବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ପ୍ରାଥମିକତା ଭିତ୍ତିରେ ଜେନେରିକ୍ ଔଷଧ ଲେଖିବାକୁ ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଡାକ୍ତରଖାନାରେ ଜେନେରିକ୍ ଔଷଧ ବଦଳରେ ନାମୀଦାମୀ ବ୍ରାଣ୍ଡର ଔଷଧ ଲେଖାଯାଉଥିବା ଏବଂ ଏଥିପାଇଁ ରୋଗୀମାନେ ଅଧିକ ଖର୍ଚ୍ଚ ବହନ କରୁଥିବା ନେଇ ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।

ନୂତନ ନିର୍ଦ୍ଦେଶ ଅନୁଯାୟୀ, ଡାକ୍ତରମାନେ ପ୍ରଥମେ ‘ନିରାମୟ’ ଯୋଜନାରେ ଉପଲବ୍ଧ ଜେନେରିକ୍ ଔଷଧ ପ୍ରେସକ୍ରିପସନରେ ଲେଖିବେ। ଯଦି ସେହି ଔଷଧ ଉପଲବ୍ଧ ନଥାଏ, ତେବେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରରେ ମିଳୁଥିବା ସମତୁଲ୍ୟ ଜେନେରିକ୍ ଔଷଧ ଲେଖିପାରିବେ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନଙ୍କୁ ପ୍ରଦାନ କରାଯାଇଛି।

ରୋଗୀ କଲ୍ୟାଣ ଓ ସୁଲଭ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ତାଗିଦ କରିଛନ୍ତି। ଏହାର ନକଲ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଆର୍.ଏନ୍. ଚକ୍ଷୁ ଚିକିତ୍ସାଳୟକୁ ମଧ୍ୟ ପଠାଯାଇଛି।

Leave A Reply

Your email address will not be published.