ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ,

0

ଘରେ ବସି ଦାନ କରିପାରିବେ ଭକ୍ତ
ପୁରୀ: ପବିତ୍ର ରଥଯାତ୍ରା ପୂର୍ବ ଦିନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ) ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି।

ଏହି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଦେଶ ଓ ବିଦେଶର ଭକ୍ତମାନେ ଘରେ ବସି ସୁରକ୍ଷିତ ଓ ସ୍ୱଚ୍ଛ ଉପାୟରେ ଶ୍ରୀମନ୍ଦିରକୁ ଦାନ କରିପାରିବେ। ମୋବାଇଲ୍ ନମ୍ବର ଓ ଓଟିପି ମାଧ୍ୟମରେ ଲଗ୍‌ଇନ୍ କରି ୟୁପିଆଇ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଡେବିଟ୍-କ୍ରେଡିଟ୍ କାର୍ଡ ଏବଂ ହ୍ୱାଟ୍ସଆପ୍ ପେମେଣ୍ଟ ମାଧ୍ୟମରେ ଦାନ କରିହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବ୍ୟବସ୍ଥା କେବଳ ପ୍ରଯୁକ୍ତିଗତ ସଂସ୍କାର ନୁହେଁ, ବରଂ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଓ ସମର୍ପଣ ଭାବକୁ ଶ୍ରୀମନ୍ଦିର ସହ ଯୋଡ଼ିବାର ଏକ ସ୍ୱଚ୍ଛ ସେତୁ। ଏହା ମାଧ୍ୟମରେ ସଂଗୃହୀତ ଅର୍ଥ ଶ୍ରୀମନ୍ଦିରର ବିକାଶ ଓ ରକ୍ଷଣାବେକ୍ଷଣରେ ବ୍ୟୟ କରାଯିବ।

ବିଶେଷ କଥା ହେଲା, ଏହି ବ୍ୟବସ୍ଥାରେ ଦାନ ପାଇଁ କୌଣସି ନ୍ୟୂନତମ କିମ୍ବା ସର୍ବାଧିକ ସୀମା ନାହିଁ। ଭକ୍ତମାନେ ମାତ୍ର ୧ ଟଙ୍କାରୁ ଆରମ୍ଭ କରି ନିଜ ସାମର୍ଥ୍ୟ ଅନୁସାରେ ଯେକୌଣସି ପରିମାଣର ଅର୍ଥ ମହାପ୍ରଭୁଙ୍କ ଚରଣରେ ସମର୍ପଣ କରିପାରିବେ। ଏହା ସହ ମୋବାଇଲ୍ ଆପ୍ ମାଧ୍ୟମରେ ଭକ୍ତ ନିବାସ ବୁକିଂ, ନୀତିକାନ୍ତି ସୂଚନା ଓ ମନ୍ଦିରର ବିଭିନ୍ନ ଅପଡେଟ୍ ମଧ୍ୟ ମିଳିବ।

Leave A Reply

Your email address will not be published.