ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ,

0

ଘରେ ବସି ଦାନ କରିପାରିବେ ଭକ୍ତ
ପୁରୀ: ପବିତ୍ର ରଥଯାତ୍ରା ପୂର୍ବ ଦିନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ) ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି।

ଏହି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଦେଶ ଓ ବିଦେଶର ଭକ୍ତମାନେ ଘରେ ବସି ସୁରକ୍ଷିତ ଓ ସ୍ୱଚ୍ଛ ଉପାୟରେ ଶ୍ରୀମନ୍ଦିରକୁ ଦାନ କରିପାରିବେ। ମୋବାଇଲ୍ ନମ୍ବର ଓ ଓଟିପି ମାଧ୍ୟମରେ ଲଗ୍‌ଇନ୍ କରି ୟୁପିଆଇ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଡେବିଟ୍-କ୍ରେଡିଟ୍ କାର୍ଡ ଏବଂ ହ୍ୱାଟ୍ସଆପ୍ ପେମେଣ୍ଟ ମାଧ୍ୟମରେ ଦାନ କରିହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବ୍ୟବସ୍ଥା କେବଳ ପ୍ରଯୁକ୍ତିଗତ ସଂସ୍କାର ନୁହେଁ, ବରଂ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଓ ସମର୍ପଣ ଭାବକୁ ଶ୍ରୀମନ୍ଦିର ସହ ଯୋଡ଼ିବାର ଏକ ସ୍ୱଚ୍ଛ ସେତୁ। ଏହା ମାଧ୍ୟମରେ ସଂଗୃହୀତ ଅର୍ଥ ଶ୍ରୀମନ୍ଦିରର ବିକାଶ ଓ ରକ୍ଷଣାବେକ୍ଷଣରେ ବ୍ୟୟ କରାଯିବ।

ବିଶେଷ କଥା ହେଲା, ଏହି ବ୍ୟବସ୍ଥାରେ ଦାନ ପାଇଁ କୌଣସି ନ୍ୟୂନତମ କିମ୍ବା ସର୍ବାଧିକ ସୀମା ନାହିଁ। ଭକ୍ତମାନେ ମାତ୍ର ୧ ଟଙ୍କାରୁ ଆରମ୍ଭ କରି ନିଜ ସାମର୍ଥ୍ୟ ଅନୁସାରେ ଯେକୌଣସି ପରିମାଣର ଅର୍ଥ ମହାପ୍ରଭୁଙ୍କ ଚରଣରେ ସମର୍ପଣ କରିପାରିବେ। ଏହା ସହ ମୋବାଇଲ୍ ଆପ୍ ମାଧ୍ୟମରେ ଭକ୍ତ ନିବାସ ବୁକିଂ, ନୀତିକାନ୍ତି ସୂଚନା ଓ ମନ୍ଦିରର ବିଭିନ୍ନ ଅପଡେଟ୍ ମଧ୍ୟ ମିଳିବ।

Leave A Reply

Your email address will not be published.