ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ରାଜ୍ୟ ସରକାରୀ କର୍ମଚାରୀଙ୍କ ୫% ବଢ଼ିଲା ମହଙ୍ଗା ଭତ୍ତା

0

ଭୁବନେଶ୍ବର: ଜିନିଷପତ୍ରର ବଢୁଥିବା ଦରଦାମ୍ ମଧ୍ୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ରାଜ୍ୟ ସରକାର ପ୍ରି-ରିଭାଇଜ୍ଡ ORSP-୨୦୦୮ ବେତନ ସ୍କେଲ୍ ଅଧୀନରେ ଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଏହାଫଳରେ ଡିଏ ୨୫୭%ରୁ ବୃଦ୍ଧି ପାଇ ୨୬୨% ହୋଇଛି। ସରକାରଙ୍କ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ବୃଦ୍ଧି ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ। ଫଳରେ କର୍ମଚାରୀମାନେ ଜୁଲାଇ ମାସର ଦରମା ସହ ଜାନୁଆରୀରୁ ବକେୟା ଡିଏ ରାଶି ମଧ୍ୟ ପାଇବେ।

ଏହି ନିଷ୍ପତ୍ତି ଦ୍ୱାରା ହଜାର ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ। ତେବେ ଏହି ବୃଦ୍ଧି କେବଳ ORSP-2008 (ପ୍ରି-ରିଭାଇଜ୍ଡ) ବେତନ ସ୍କେଲ୍ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ପ୍ରଯୋଜ୍ୟ।

Leave A Reply

Your email address will not be published.