ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ମେଡିକାଲ କଲେଜ

0

କନ୍ଧମାଳ: କନ୍ଧମାଳର ପୂଜ୍ୟ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯିବ। କନ୍ଧମାଳର ଜନଜାତି ସମାଜ ପାଇଁ ସ୍ୱାମୀଜୀଙ୍କ ଦୀର୍ଘଦିନର ସେବା, ତ୍ୟାଗ ଓ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।

ଏହା ସହିତ ଜଲେଶପଟ୍ଟାସ୍ଥିତ ସ୍ୱାମୀଜୀଙ୍କ ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ଉନ୍ନତି ପାଇଁ CMSA ପାଣ୍ଠିରୁ ₹୧୩ କୋଟି ମଞ୍ଜୁର କରାଯାଇଛି। ସ୍ୱାମୀଜୀଙ୍କ ଐତିହ୍ୟର ସଂରକ୍ଷଣ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଲକ୍ଷ୍ୟରେ ଏହି ଅର୍ଥ ବ୍ୟୟ କରାଯିବ। ୫ କୋଟି ବ୍ୟୟରେ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ। ୩ କୋଟି ବ୍ୟୟରେ ସ୍ୱାମୀଜୀଙ୍କ ଐତିହ୍ୟ ସ୍ଥଳର ସଂରକ୍ଷଣ ଓ ବିକାଶ। ୬୦ ଲକ୍ଷ ବ୍ୟୟରେ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ ଛାତ୍ରୀ ନିବାସ ପାଇଁ ମେଗା ରିଭର ଲିଫ୍ଟ ଜଳଯୋଗାଣ ପ୍ରକଳ୍ପ।

ଏହା ବ୍ୟତୀତ ଶୌଚାଳୟ ନିର୍ମାଣ, ଛାତ୍ରୀ ନିବାସର ସମ୍ପ୍ରସାରଣ, ପ୍ରାଚୀର ନିର୍ମାଣ, ଶ୍ରେଣୀଗୃହ ଓ ହଷ୍ଟେଲ ଭବନର ନବୀକରଣ ପାଇଁ ମଧ୍ୟ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ମତରେ, ଏହି ପଦକ୍ଷେପ ଦ୍ୱାରା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସେବା ଓ ଆଦର୍ଶକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହ କନ୍ଧମାଳର ଶିକ୍ଷା ଓ ଭିତ୍ତିଭୂମିର ବିକାଶକୁ ମଧ୍ୟ ଗତି ମିଳିବ।

Leave A Reply

Your email address will not be published.