ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ

0

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରେ କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। ଜଳଭଣ୍ଡାରକୁ ଲଗାତାର ବିପୁଳ ପରିମାଣର ପାଣି ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଉଛି। ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ମୋଟ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ହୀରାକୁଦରୁ ପ୍ରାୟ ୩.୫ ଲକ୍ଷ କ୍ୟୁସେକ ପାଣି ଛଡ଼ାଯାଉଛି। ଅନ୍ୟପଟେ ଖଇରମାଳରେ ବର୍ତ୍ତମାନ ୫.୨୭ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି। ହୀରାକୁଦରୁ ଛଡ଼ାଯାଉଥିବା ପାଣି ଖଇରମାଳରେ ପହଞ୍ଚିବା ପରେ ସେଠାରେ ମୋଟ ଜଳପ୍ରବାହ ପ୍ରାୟ ୭.୫ ଲକ୍ଷ କ୍ୟୁସେକରେ ପହଞ୍ଚିପାରେ ବୋଲି ଜଳ ସମ୍ପଦ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ମହାନଦୀର ତଳମୁଣ୍ଡ ଅଞ୍ଚଳର ଜିଲ୍ଲାଗୁଡ଼ିକୁ ସତର୍କ ରହିବା ସହ ନଦୀକୂଳବର୍ତ୍ତୀ ଲୋକଙ୍କୁ ସଚେତନ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.