ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ

0

ଭୁବନେଶ୍ବର: ଧାନ କିଣା ପ୍ରକ୍ରିୟାକୁ ନେଇ ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ଗତ କିଛି ଦିନ ଧରି ଲାଗିରହିଥିବା ଦ୍ୱନ୍ଦ୍ୱ ଓ ଅସନ୍ତୋଷର ଅବସାନ ଘଟିଛି। ଆଗ୍ରିଷ୍ଟାକ୍ ପଞ୍ଜୀକରଣକୁ ନେଇ ଚାଷୀଙ୍କ ମନରେ ଥିବା ଆଶଙ୍କା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଶନିବାର ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷଗୁଡ଼ିକ ଭଳି ‘ପି-ପାସ୍’ ପଞ୍ଜୀକରଣ ବ୍ୟବସ୍ଥା ମାଧ୍ୟମରେ ହିଁ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଆଗ୍ରିଷ୍ଟାକ୍ ପଞ୍ଜୀକରଣର ପି-ପାସ୍ ବ୍ୟବସ୍ଥା ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ। ତେଣୁ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ଆଗ୍ରିଷ୍ଟାକ୍‌ରେ ପଞ୍ଜୀକରଣ କରିନାହାନ୍ତି କିମ୍ବା ପଞ୍ଜୀକରଣର ସ୍ଥିତି ଯାହା ବି ଥାଉ, ସେମାନେ ଧାନ ବିକ୍ରି କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଚାଷୀମାନଙ୍କୁ ଏନେଇ ଆଦୌ ବ୍ୟସ୍ତ କିମ୍ବା ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଗାମୀ ଧାନ କିଣା ଋତୁରେ ପି-ପାସ୍ ପଞ୍ଜୀକରଣ ଆଧାରରେ ହିଁ ସରକାରୀ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଧାନ କିଣା ପଞ୍ଜୀକରଣ ପ୍ରକ୍ରିୟାରେ ତ୍ରୁଟି ଓ ଜଟିଳତା ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଅଭିଯୋଗ କରୁଥିଲେ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଥିଲା। ଏବେ ସରକାରଙ୍କ ଏହି ସ୍ପଷ୍ଟୀକରଣ ପରେ ଲକ୍ଷ ଲକ୍ଷ ଚାଷୀଙ୍କ ମନରେ ଥିବା ଆଶଙ୍କା ଦୂର ହେବା ସହ ଧାନ ବିକ୍ରିକୁ ନେଇ ସେମାନଙ୍କୁ ଆଶ୍ୱସ୍ତି ମିଳିଛି।

Leave A Reply

Your email address will not be published.