ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଦେଶ ଆଜି ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭାଷଣ ଶେଷ କରିବା ପରେ ସେ ଲାଲକିଲ୍ଲା ପରିସରରେ ଉପସ୍ଥିତ ପିଲା ଓ ଏନସିସି କ୍ୟାଡେଟମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ ହାତ ମିଳାଇଥିଲେ।

ସ୍ୱାଧୀନତା ଦିବସ ଅଭିଭାଷଣରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏହି ଲକ୍ଷ୍ୟ ହାସଲରେ ଯୁବଶକ୍ତି ଓ ନୂତନ ପିଢ଼ିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଯୁବପିଢ଼ି ପାଇଁ ଏକ ବଡ଼ ଘୋଷଣା କରି ମୋଦି କହିଛନ୍ତି ଯେ ଆଗାମୀ ଏକ ବର୍ଷ ମଧ୍ୟରେ ୧ କୋଟି ଯୁବକ-ଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତ୍ତା ଏଆଇ)ରେ ତାଲିମ ଦିଆଯିବ। ଏହାସହ ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀଙ୍କ ପାଇଁ ମାଗଣା ଅନଲାଇନ୍ କୋଚିଂ ସୁବିଧା ଆରମ୍ଭ କରିବା ନେଇ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଭାରତରେ ରହି ବିଦେଶୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବାର ସୁଯୋଗ ସୃଷ୍ଟି କରାଯାଇଥିବା ସେ କହିଛନ୍ତି। ଛୋଟ ବୟସରୁ ପିଲାମାନଙ୍କ ମଧ୍ୟରେ ପ୍ରଯୁକ୍ତି ଓ ନବସୃଜନ ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଦେଶରେ ୧୦,୦୦୦ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍‌ ସ୍ଥାପନ କରାଯାଇଥିବା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବପିଢ଼ିଙ୍କୁ ନୂତନ ପ୍ରଯୁକ୍ତି, ଦକ୍ଷତା ଓ ଭବିଷ୍ୟତର ଅର୍ଥନୀତି ପାଇଁ ପ୍ରସ୍ତୁତ କରି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ସରକାର କାର୍ଯ୍ୟ କରୁଥିବା ସେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.