ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଟିଏମ୍‌ସି କାର୍ଯ୍ୟାଳୟରୁ ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ତଥା ତୃଣମୂଳ କଂଗ୍ରେସର ପାଞ୍ଚ ଥରର ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତଦେହ ରବିବାର ସକାଳେ ବୀରଭୂମ ଜିଲ୍ଲାର ରାମପୁରହାଟ ସହରସ୍ଥିତ ଏକ ପାର୍ଟି ଅଫିସରୁ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ପୁଲିସ ଏକ ହାତଲେଖା ସୁସାଇଡ୍ ନୋଟ୍ ଜବତ କରିଛି। ତେବେ ଏହି ନୋଟ୍ ଆଶିଷ ବାନାର୍ଜୀ ନିଜେ ଲେଖିଛନ୍ତି କି ନାହିଁ, ତାହା ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏକ ପୃଷ୍ଠାର ବାଙ୍ଗଲା ଭାଷାରେ ଲେଖାଯାଇଥିବା ନୋଟ୍‌ରେ ୭୪ ବର୍ଷୀୟ ବାନାର୍ଜୀ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରିନଥିବା କୁହାଯାଇଛି। ରାଜନୀତିରେ ପ୍ରବେଶ କରିବା ତାଙ୍କର ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ ଲେଖିଥିବା ଦାବି କରାଯାଇଛି। ଏଥିସହ ପରିବାରର ଯୁବପିଢ଼ିଙ୍କୁ ରାଜନୀତିରୁ ଦୂରେଇ ରହି ନିଜ ନିଜ ପେଶା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ନୋଟ୍‌ରେ ସେ କୌଣସି ଦୁର୍ନୀତିରେ ଜଡ଼ିତ ନଥିବା କିମ୍ବା କୌଣସି କାମ ବଦଳରେ ଟଙ୍କା ନେଇନଥିବା ଦାବି କରିଥିବା ମଧ୍ୟ କୁହାଯାଇଛି। ଟିଆରଡିଏର ସାଧାରଣ ବୈଠକରେ ଯୋଗଦେବା ବ୍ୟତୀତ ତାଙ୍କର କୌଣସି ପ୍ରଶାସନିକ ଦାୟିତ୍ୱ ନଥିଲା ବୋଲି ସେ ଉଲ୍ଲେଖ କରିଥିବା ଦାବି ହୋଇଛି। ଟେଣ୍ଡର କମିଟି, ଚେକ୍‌ରେ ଦସ୍ତଖତ, ଯୋଜନା ଅନୁମୋଦନ କିମ୍ବା NOC ଜାରିରେ ତାଙ୍କର କୌଣସି ଭୂମିକା ନଥିବା ନେଇ ମଧ୍ୟ ନୋଟ୍‌ରେ ଉଲ୍ଲେଖ ଥିବା କୁହାଯାଇଛି।
ଆଶିଷ ବାନାର୍ଜୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ। ଛାତ୍ର ଜୀବନରୁ ସେ ରାଜନୀତିରେ ସକ୍ରିୟ ଥିବା ସହ ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୦୧ରୁ ୨୦୨୬ ପର୍ଯ୍ୟନ୍ତ ସେ ରାମପୁରହାଟ ବିଧାନସଭା ଆସନର ପ୍ରତିନିଧିତ୍ୱ କରିଥିଲେ।

ବିଧାନସଭାର ଉପ-ବାଚସ୍ପତି ଭାବେ କାର୍ଯ୍ୟ କରିବା ସହ ମମତା ବାନାର୍ଜୀଙ୍କ ସରକାରରେ ସେ ବିଦ୍ୟାଳୟ ଶିକ୍ଷା ଓ କୃଷି ଭଳି ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ। ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଧ୍ରୁବ ସାହାଙ୍କଠାରୁ ୨୪ ହଜାରରୁ ଅଧିକ ଭୋଟରେ ପରାସ୍ତ ହେବା ପରେ ତାଙ୍କର ଦୀର୍ଘ ବିଜୟ ଯାତ୍ରାର ଅନ୍ତ ଘଟିଥିଲା।

Leave A Reply

Your email address will not be published.