ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଲଘୁଚାପ ପ୍ରଭାବ:ହାଇ ଆଲର୍ଟରେ ସହରାଞ୍ଚଳ

0

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଓ ଏହାର ସଂଲଗ୍ନ ପଶ୍ଚିମବଙ୍ଗ–ଉତ୍ତର ଓଡ଼ିଶା ଉପକୂଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ। ସମ୍ଭାବ୍ୟ ଯେକୌଣସି ପରିସ୍ଥିତିରେ ତୁରନ୍ତ, ସମନ୍ୱିତ ଓ ନାଗରିକ-କେନ୍ଦ୍ରିକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କର୍ମଚାରୀ, ଯନ୍ତ୍ରପାତି ଓ ଆବଶ୍ୟକ ସାମଗ୍ରୀକୁ ପୂର୍ଣ୍ଣ ପ୍ରସ୍ତୁତ ରଖିବା ସହ ରାପିଡ୍ ରେସପନ୍ସ ଟିମ୍‌ଗୁଡ଼ିକୁ କ୍ଷେତ୍ରରେ ସକ୍ରିୟ ରଖିବାକୁ କୁହାଯାଇଛି। କ୍ଷେତ୍ରସ୍ତରରୁ ମିଳୁଥିବା ଯେକୌଣସି ଅଭିଯୋଗ କିମ୍ବା ସମସ୍ୟାର ତୁରନ୍ତ ଓ ପ୍ରାଥମିକତା ଭିତ୍ତିରେ ସମାଧାନ କରିବାକୁ ଉଷା ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ବର୍ଷା ଓ ପାଣିପାଗଜନିତ ସମସ୍ୟା ଯୋଗୁଁ ଯେପରି ନାଗରିକମାନେ କମ୍‌ରୁ କମ୍‌ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେଥିପାଇଁ ସମସ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

ଏଥିସହ ନାଗରିକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ ସହରାଞ୍ଚଳ କର୍ତ୍ତୃପକ୍ଷମାନେ ନିଜ ପ୍ରସ୍ତୁତି ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପ ସମ୍ପର୍କରେ ନିୟମିତ ପ୍ରେସ୍ ବ୍ରିଫିଂ ଓ ସୋସିଆଲ୍ ମିଡିଆ ଅପଡେଟ୍ ମାଧ୍ୟମରେ ସୂଚନା ଦେବାକୁ ନିର୍ଦ୍ଦେଶ ମିଳିଛି। ପରିସ୍ଥିତି ଓ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିୟମିତ ଅବଗତ କରାଇବାକୁ ମଧ୍ୟ କୁହାଯାଇଛି। ଆବଶ୍ୟକ ସ୍ଥଳେ ବିଭାଗ ଓ ଜିଲ୍ଲା ପ୍ରଶାସନର ସହାୟତା ନେବା ସହ ଭୂମିସ୍ତରରେ ପ୍ରଭାବୀ ମୁକାବିଲା ପାଇଁ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖିବାକୁ ମଧ୍ୟ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.