ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା

0

ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା ହୋଇଛି। ଦଳର ଜାତୀୟ ସଭାପତି ନୀତିନ ନବୀନ ସୋମବାର ନୂଆ ଟିମ୍‌ର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଅଭିଜ୍ଞ ନେତାଙ୍କ ସହ ବିଭିନ୍ନ ରାଜ୍ୟର ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ନୂଆ ଟିମ୍‌ରେ ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ସେହିପରି ବିଏଲ୍‌ ସନ୍ତୋଷଙ୍କୁ ପୁଣିଥରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ଦିଆଯାଇଛି। ଦଳର ନୂଆ ଟିମ୍‌ରେ ୮ ଜଣଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ଏଥିରେ ବିନୋଦ ତାୱାଡେ, ସୁନିଲ ବଂଶଲ, ବିପ୍ଳବ କୁମାର ଦେବ ଓ ସ୍ମୃତି ଈରାନୀଙ୍କ ଭଳି ନେତା ସାମିଲ ଅଛନ୍ତି।

ଏହାବ୍ୟତୀତ ୧୬ ଜଣ ନେତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଦାୟିତ୍ୱ ମିଳିଛି। ବରିଷ୍ଠ ନେତା ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାର ସାଂସଦ ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ସଂଯୋଜକ ଭାବେ ନୂଆ ଦାୟିତ୍ୱ ମିଳିଛି। ନୂଆ ଟିମ୍‌ ଗଠନରେ ଯୁବ ଓ ମହିଳା ନେତୃତ୍ୱକୁ ଗୁରୁତ୍ୱ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ବିଭିନ୍ନ ରାଜ୍ୟରେ ସଂଗଠନ ବିସ୍ତାର ଉପରେ ବିଜେପି ଗୁରୁତ୍ୱ ଦେବାକୁ ଯାଉଛି।

ବିଶେଷକରି ୨୦୨୭ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦଳର ସାଂଗଠନିକ ରଣନୀତିରେ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି। ଏହା ପରେ ୨୦୨୯ ଲୋକସଭା ନିର୍ବାଚନକୁ ମଧ୍ୟ ନଜରରେ ରଖି ସଂଗଠନକୁ ଅଧିକ ମଜବୁତ କରିବା ଦଳର ଲକ୍ଷ୍ୟ ରହିଛି।
ସୂଚନାଯୋଗ୍ୟ, ବିଜେପି ସଭାପତି ନୀତିନ ନବୀନ ଓ ସଂଗଠନ ମହାସଚିବ ବିଏଲ୍‌ ସନ୍ତୋଷ ସୋମବାର ସନ୍ଧ୍ୟାରେ ବିଶାଖାପାଟଣା ଗସ୍ତ କରିବେ। ସେମାନେ ଅଗଷ୍ଟ ୧୯ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବା ତିନିଦିନିଆ ‘ଅଖିଳ ଭାରତୀୟ ସମନ୍ୱୟ ବୈଠକ’ରେ ଯୋଗଦେବେ।

Leave A Reply

Your email address will not be published.