କେରଳର ନାମ ପରିବର୍ତ୍ତନ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରି ଦେଇଛନ୍ତି। ଏହା ସହିତ ବିଲ୍ଟି ଆଇନରେ ପରିଣତ ହୋଇଛି। ଏଣିକି କେରଳର ଆଧିକାରିକ ନାମ ‘କେରଳମ୍’ ହେବ।
ଗତ ୧୧ ତାରିଖରେ କେରଳ ନାମ ପରିବର୍ତ୍ତନ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏହାର ଦିନକ ପରେ ରାଜ୍ୟସଭା ମଧ୍ୟ ବିଲ୍କୁ ଅନୁମୋଦନ କରିଥିଲା। ଏହାପରେ ରାଷ୍ଟ୍ରପତିଙ୍କ ମଞ୍ଜୁରି ପାଇଁ ବିଲ୍ଟି ପଠାଯାଇଥିଲା।
କେରଳର ନାମ ‘କେରଳମ୍’ କରିବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ୨୦୨୪ ଜୁନ୍ରେ ଏନେଇ କେରଳ ବିଧାନସଭାରେ ଏକ ସର୍ବସମ୍ମତ ସଙ୍କଳ୍ପ ପାରିତ ହୋଇଥିଲା। ପରେ କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ପ୍ରକ୍ରିୟା ଆଗକୁ ବଢ଼ାଇଥିଲେ। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ଫେବୃଆରୀରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ନାମ ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ