ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପ୍ରସିଦ୍ଧ ତାରାପୀଠ ମନ୍ଦିର ନିକଟସ୍ଥ ଏକ ହୋଟେଲରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଓ ଆହତମାନେ ତାରାପୀଠ ମନ୍ଦିର ଦର୍ଶନ ପାଇଁ ଆସିଥିବା ତୀର୍ଥଯାତ୍ରୀ ବୋଲି ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ତାରାପୀଠର ଚାରି ମହଲା ବିଶିଷ୍ଟ ‘ବିଦିଶିନି’ ହୋଟେଲର ତଳ ମହଲାରେ ସୋମବାର ଭୋର ପ୍ରାୟ ୫ଟା ସମୟରେ ନିଆଁ ଲାଗିଥିଲା। ସେତେବେଳେ ଅଧିକାଂଶ ଅତିଥି ହୋଟେଲରେ ଶୋଇଥିଲେ। ତଳ ମହଲାରୁ ନିଆଁ ଦ୍ରୁତ ଗତିରେ ଉପର ମହଲାକୁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡର ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲା। ହୋଟେଲ ଭିତରେ ଫସିଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା।

ଆହତମାନଙ୍କୁ ତୁରନ୍ତ ରାମପୁରହାଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲ ସୂତ୍ର ପାଞ୍ଚ ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଛି। ପ୍ରାଥମିକ ଭାବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ହୋଟେଲ କର୍ତ୍ତୃପକ୍ଷ ଦାବି କରିଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।
ମୃତକମାନେ ପୂର୍ବ ରାତିରେ ତାରାପୀଠରେ ପହଞ୍ଚି ମନ୍ଦିର ଦର୍ଶନ ପାଇଁ ହୋଟେଲରେ ରହୁଥିଲେ। ଭୋରୁ ହୋଇଥିବା ଏହି ଅଗ୍ନିକାଣ୍ଡ ପରେ ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

Leave A Reply

Your email address will not be published.