ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବାଂଲାଦେଶର ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର

0

ବାଂଲାଦେଶ: ବାଂଲାଦେଶର ୨୩ତମ ରାଷ୍ଟ୍ରପତି ଭାବେ ବାଂଲାଦେଶ ନେସନାଲିଷ୍ଟ ପାର୍ଟିର ପ୍ରାର୍ଥୀ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର ନିର୍ବାଚିତ ହୋଇଛନ୍ତି। ସଂସଦୀୟ ନିର୍ବାଚନରେ ସେ ୨୫୫ଟି ଭୋଟ୍ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓଲି ଅହମ୍ମଦ ୮୮ଟି ଭୋଟ୍ ପାଇଛନ୍ତି। ଓଲି ଅହମ୍ମଦଙ୍କୁ ୧୧ଟି ଦଳର ମେଣ୍ଟ ସମର୍ଥନ କରୁଥିଲା।

ବାଂଲାଦେଶରେ ଦୀର୍ଘ ବ୍ୟବଧାନ ପରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ଏହା ପୂର୍ବରୁ ୮ ଅକ୍ଟୋବର ୧୯୯୧ରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥିଲା। ପରବର୍ତ୍ତୀ ୧୯୯୬, ୨୦୦୧, ୨୦୦୨, ୨୦୦୯, ୨୦୧୩, ୨୦୧୮ ଓ ୨୦୨୩ରେ କେବଳ ଜଣେ ପ୍ରାର୍ଥୀ ଥିବାରୁ ଭୋଟିଂ ଆବଶ୍ୟକ ହୋଇନଥିଲା।
ସଂସଦରେ ବାଂଲାଦେଶ ନେସନାଲିଷ୍ଟ ପାର୍ଟିର ଦୁଇ-ତୃତୀୟାଂଶ ବହୁମତ ଥିବାରୁ ଫକରୁଲଙ୍କ ବିଜୟ ପ୍ରାୟ ନିଶ୍ଚିତ ଥିବା କୁହାଯାଉଥିଲା। ତେବେ ଚୂଡ଼ାନ୍ତ ଫଳାଫଳ ଓ ବିରୋଧୀ ପ୍ରାର୍ଥୀଙ୍କ ପ୍ରଦର୍ଶନ ଉପରେ ନଜର ରହିଥିଲା। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତା ୨୧ ଅଗଷ୍ଟ ସନ୍ଧ୍ୟା ୭ଟା ୩୦ରେ ବଙ୍ଗଭବନରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର ଠାକୁରଗାଁ-୧ ନିର୍ବାଚନମଣ୍ଡଳୀରୁ ସାଂସଦ ଅଛନ୍ତି। ସେ ବର୍ତ୍ତମାନ ସ୍ଥାନୀୟ ସରକାରୀ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ସରକାରରେ ସେ କୃଷି ରାଷ୍ଟ୍ରମନ୍ତ୍ରୀ ଏବଂ ପରେ ଅସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୪୮ ଜାନୁଆରୀ ୨୬ରେ ଠାକୁରଗାଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଫକରୁଲଙ୍କ ପିତା ମିର୍ଜା ରୁହୁଲ ଅମୀନ ଜଣେ ପୂର୍ବତନ ସାଂସଦ ଥିଲେ। ତାଙ୍କ ପତ୍ନୀ ରାହତ୍ ଆରା ବେଗମ୍ କୋଲକାତା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଛନ୍ତି। ଦମ୍ପତିଙ୍କର ଦୁଇ ଝିଅ ଅଛନ୍ତି।

Leave A Reply

Your email address will not be published.