ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌’

0

ଢେଙ୍କାନାଳ: ରାଜ୍ୟରେ ଆଉ ଏକ ‘ଚାଉଳ ଏଟିଏମ୍‌’ର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଢେଙ୍କାନାଳରେ ରାଜ୍ୟର ତୃତୀୟ ଚାଉଳ ଏଟିଏମ୍‌ ଖୋଲାଯାଇଛି। ଯୋଗାଣ ମନ୍ତ୍ରୀ ଏହାର ଉଦ୍‌ଘାଟନ କରିଛନ୍ତି।

ନୂଆ ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀମାନେ ଦିନରାତି ଯେକୌଣସି ସମୟରେ ଚାଉଳ ପାଇପାରିବେ। ଏଥିପାଇଁ ହିତାଧିକାରୀଙ୍କୁ ଏଟିଏମ୍‌ରେ ଫିଙ୍ଗରପ୍ରିଣ୍ଟ କିମ୍ବା କାର୍ଡ ନମ୍ବର ଦେବାକୁ ପଡ଼ିବ। ପରିଚୟ ଯାଞ୍ଚ ପରେ ନିର୍ଦ୍ଧାରିତ ପରିମାଣର ଚାଉଳ ମେସିନ୍‌ରୁ ବାହାରିବ। ଚାଉଳ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାଜନକ କରିବା ସହ ହିତାଧିକାରୀଙ୍କୁ ସମୟର ସୁବିଧା ଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏଭଳି ଚାଉଳ ଏଟିଏମ୍‌ ସ୍ଥାପନ କରାଯିବ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.