ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

୧୫ ବରିଷ୍ଠ ଓପିଏସ୍ ଅଧିକାରୀଙ୍କୁ ପଦୋନ୍ନତି

0

ଭୁବନେଶ୍ବର: ରାଜ୍ୟ ପୁଲିସ ବିଭାଗର ୧୫ ଜଣ ବରିଷ୍ଠ ଓପିଏସ୍ ଅଧିକାରୀଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି। ଗୃହ ବିଭାଗ ଅଧୀନରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଏହି ଅଧିକାରୀମାନଙ୍କୁ ଓପିଏସ୍‌ (ଏସ୍‌ବି) ପାହ୍ୟାରୁ ଓପିଏସ୍‌ (ଏସ୍‌) ଅର୍ଥାତ୍‌ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ପାହ୍ୟାକୁ ଉନ୍ନୀତ କରାଯାଇଛି। ସେପ୍ଟେମ୍ବର ୧ରେ ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ତେବେ ଏହି ପଦୋନ୍ନତି ଅସ୍ଥାୟୀ ଭିତ୍ତିରେ ଦିଆଯାଇଛି। ପଦୋନ୍ନତି ତାରିଖଠାରୁ ଏକ ବର୍ଷ ପର୍ଯ୍ୟନ୍ତ, ଅବସର ଗ୍ରହଣ ପର୍ଯ୍ୟନ୍ତ କିମ୍ବା ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିଶ ମିଳିବା ପର୍ଯ୍ୟନ୍ତ—ଯେଉଁଟି ପ୍ରଥମେ ଘଟିବ—ସେହି ଅବଧି ଯାଏ ଏହି ବ୍ୟବସ୍ଥା ବଳବତ୍ତର ରହିବ।

ପଦୋନ୍ନତି ପରେ ମଧ୍ୟ ତୁରନ୍ତ ଦାୟିତ୍ୱ ବଦଳିବ ନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ୧୫ ଅଧିକାରୀ ନିଜ ନିଜ ବର୍ତ୍ତମାନର ପଦବୀ ଓ କାର୍ଯ୍ୟସ୍ଥଳରେ ଦାୟିତ୍ୱ ତୁଲାଇବେ। ଏହି ସମୟ ମଧ୍ୟରେ ସେମାନଙ୍କ ବର୍ତ୍ତମାନ ପଦବୀକୁ ଓପିଏସ୍‌ (ଏସ୍‌) ପାହ୍ୟାର ସମକକ୍ଷ ଭାବେ ବିବେଚନା କରାଯିବ।
ଓଆରଏସ୍‌ପି ରୁଲ୍ସ-୨୦୧୭ ଅନୁସାରେ ଏହି ପଦୋନ୍ନତି ସହ ଅଧିକାରୀମାନେ ପେ ମ୍ୟାଟ୍ରିକ୍ସ ଲେଭଲ୍‌-୧୪ର ସୁବିଧା ପାଇବେ। ଏହି ଲେଭଲ୍‌ରେ ମାସିକ ମୂଳ ଦରମା ୭୮,୮୦୦ ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ୨,୦୯,୨୦୦ ଟଙ୍କା ରହିଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗୃହ ବିଭାଗର ଉପସଚିବ ଆର. ପଣ୍ଡା ପଦୋନ୍ନତି ସମ୍ପର୍କିତ ଏହି ବିଜ୍ଞପ୍ତି ଜାରି କରିଛନ୍ତି।

Leave A Reply

Your email address will not be published.