ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର

0

ନ୍ୟୁଜ ବ୍ୟୁରୋ: ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ରହିଥିବା ଭିନ୍ନ ରିଫିଲ୍ ବୁକିଂ ନିୟମକୁ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର। ଏଣିକି ଦେଶର ସମସ୍ତ ଘରୋଇ ଏଲପିଜି ଗ୍ରାହକ ୨୫ ଦିନ ବ୍ୟବଧାନରେ ନୂଆ ସିଲିଣ୍ଡର ବୁକ୍ କରିପାରିବେ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏନେଇ ସୂଚନା ଦେଇଛନ୍ତି। ଏଲପିଜି ଯୋଗାଣ ବ୍ୟବସ୍ଥାରେ ସୁଧାର ଆସିବା ସହ ରିଫିଲ୍ ବ୍ୟାକଲଗ୍‌ ହ୍ରାସ ପାଇଥିବାରୁ ସରକାର ଏହି କଟକଣାକୁ କୋହଳ କରିଥିବା ସେ କହିଛନ୍ତି।

ପୂର୍ବରୁ ସହରାଞ୍ଚଳର ଗ୍ରାହକ ୨୫ ଦିନ ପରେ ରିଫିଲ୍ ବୁକ୍ କରିପାରୁଥିଲେ। କିନ୍ତୁ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ୪୫ ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା। ନୂଆ ନିଷ୍ପତ୍ତି ପରେ ଏହି ଦୁଇ ନିୟମ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ହୋଇଛି। ଆମେରିକା-ଇରାନ ବିବାଦ ଏବଂ ହରମୁଜ୍ ପ୍ରଣାଳୀକୁ ନେଇ ସୃଷ୍ଟି ହୋଇଥିବା ଯୋଗାଣ ଚାପ ଯୋଗୁଁ ପୂର୍ବରୁ ଏଲପିଜି ଉପଲବ୍ଧତାକୁ ନେଇ ସମସ୍ୟା ଦେଖାଦେଇଥିଲା। ଏହାପରେ ସରକାର ରିଫିଲ୍ ବୁକିଂରେ କଟକଣା ଲଗାଇଥିଲେ। ଏବେ ଯୋଗାଣ ସ୍ଥିତି ସ୍ୱାଭାବିକ ହେବା ସହ ବ୍ୟାକଲଗ୍‌ କମିଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ନିୟମ କୋହଳ କରାଯାଇଛି।

Leave A Reply

Your email address will not be published.