ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ

0

ନ୍ୟୁଜ୍ ବ୍ୟୁରୋ: ଏସୀୟ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହ ମୋଟ ୧୧ଟି ପଦକ ଜିତିଛି। ଏହା ସହ ଭାରତର ମୋଟ ପଦକ ସଂଖ୍ୟା ୭୬ରେ ପହଞ୍ଚିଥିବା ବେଳେ ଦେଶ ପଦକ ତାଲିକାରେ ପଞ୍ଚମ ସ୍ଥାନକୁ ଉଠିଛି। ଭାରତର ଖାତାରେ ଏବେ ୧୬ ସ୍ୱର୍ଣ୍ଣ, ୨୫ ରୌପ୍ୟ ଓ ୩୫ କାଂସ୍ୟ ପଦକ ରହିଛି। ଦିନର ସବୁଠାରୁ ବଡ଼ ସଫଳତା ଭାରତୀୟ ମହିଳା ହକି ଦଳ ଆଣିଛି। ଫାଇନାଲରେ ଚୀନ୍‌କୁ ୧-୦ ଗୋଲ୍‌ରେ ହରାଇ ଭାରତ ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ମହିଳା ହକି ସ୍ୱର୍ଣ୍ଣ ଜିତିଛି। ଏହି ବିଜୟ ସହ ଦଳ ୨୦୨୮ ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସ ପାଇଁ ମଧ୍ୟ ସିଧାସଳଖ ଯୋଗ୍ୟତା ହାସଲ କରିଛି।

ତୀରନ୍ଦାଜିରେ ଭାରତୀୟ ମହିଳା ରିକର୍ଭ ଦଳ ସ୍ୱର୍ଣ୍ଣ ଜିତିଥିବା ବେଳେ ମିକ୍ସଡ୍‌ ଓ ପୁରୁଷ ରିକର୍ଭ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ବକ୍ସିଂରେ ଲଭଲିନା ବୋର୍ଗୋହେନ୍‌, ପରବୀନ ହୁଡ୍ଡା ଓ ଅଙ୍କୁଶ ପଙ୍ଘାଲ ସ୍ୱର୍ଣ୍ଣ ଜିତିଛନ୍ତି। ରେସଲିଂରେ ସୁଜିତ କଲକଲ ମଧ୍ୟ ସ୍ୱର୍ଣ୍ଣ ଜିତି ଭାରତର ସଫଳତାକୁ ଆହୁରି ମଜବୁତ କରିଛନ୍ତି।

Leave A Reply

Your email address will not be published.