ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

0

ଜୟପୁର: ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୨୦୩୦ରେ ସୁରକ୍ଷା ସତର୍କତା ମିଳିବା ପରେ ଏହାକୁ ରାଜସ୍ଥାନର ଜୟପୁର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ପ୍ରାରମ୍ଭିକ ସୂଚନାରେ ବୋମା ଧମକ ଏବଂ ସମ୍ଭାବ୍ୟ ବିମାନ ଅପହରଣ ଆଶଙ୍କା ପ୍ରକାଶ ପାଇଥିଲା।
ବିମାନଟି ଅବତରଣ କରିବା ପରେ ଏହାକୁ ବିମାନବନ୍ଦରର ଏକ ସ୍ୱତନ୍ତ୍ର ସୁରକ୍ଷିତ ଅଞ୍ଚଳକୁ ନିଆଯାଇଥିଲା। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ସ୍ଥାନୀୟ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ବିମାନରେ ତଲାସି ଆରମ୍ଭ କରିଥିଲେ। ଯାତ୍ରୀଙ୍କ ଲଗେଜ୍‌ ମଧ୍ୟ ଯାଞ୍ଚ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି।

ଭାରତୀୟ ଆକାଶସୀମା ନିକଟରେ ପହଞ୍ଚିବା ସମୟରେ ବିମାନକୁ ସୁରକ୍ଷା ସତର୍କତା ମିଳିଥିବା ସୂଚନା ରହିଛି। ଏହା ପରେ ବିମାନ ଚଳାଚଳ ନିୟନ୍ତ୍ରଣ କକ୍ଷ (ଏଟିସି) ଓ ସମ୍ପୃକ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅବଗତ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ବିମାନଟିକୁ ଦିଲ୍ଲୀ ପରିବର୍ତ୍ତେ ଜୟପୁରକୁ ନିଆଯାଇଥିଲା। ଘଟଣାର ପ୍ରକୃତ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଲେଖାଯିବା ବେଳକୁ ଏୟାର ଇଣ୍ଡିଆ କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି ହୋଇନଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୩୧ରେ ଦମ୍ମାମରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଆଇଏକ୍ସ-୧୭୦ର ଶୌଚାଳୟରେ ‘ବୋମା’ ଲେଖାଥିବା ଏକ ଟିସୁ ପେପର ମିଳିଥିଲା। ଏହା ପରେ ବିମାନଟିକୁ ଅହମ୍ମଦାବାଦରେ ଜରୁରୀ ଅବତରଣ କରାଯାଇଥିଲା। ବିମାନରେ ଥିବା ସମସ୍ତ ୩୨ ଜଣ ଯାତ୍ରୀ ସୁରକ୍ଷିତ ଥିଲେ ଏବଂ ତଲାସି ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା।

Leave A Reply

Your email address will not be published.