ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ

0

ନ୍ୟୁଜ୍ ବ୍ୟୁରୋ: ସ୍ପେନରେ ଭୟଙ୍କର ରେଳ ଦୁର୍ଘଟଣା। ଦୁଇଟି ହାଇସ୍ପିଡ୍‌ ଟ୍ରେନ୍‌ ପରସ୍ପର ସହ ଧକ୍କା ହେବା ଫଳରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଟ୍ରେନ୍‌ର ଏକାଧିକ ବଗି ଲାଇନଚ୍ୟୁତ ହୋଇପଡ଼ିଛି। ଘଟଣା ପରେ ଉଦ୍ଧାରକାର୍ଯ୍ୟ ଜୋରଦାର କରାଯାଇଥିବାବେଳେ ମାଡ୍ରିଡ୍‌-ଆଣ୍ଡାଲୁସିଆ ହାଇସ୍ପିଡ୍‌ ରେଳପଥରେ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି।

ସ୍ଥାନୀୟ ସମୟ ସକାଳ ୯ଟାରେ ଟୋଲେଡୋ ଅଞ୍ଚଳର ମୋରା ଓ ଓରଗାଜ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି। ରେନଫେ ଓ ଇରୟୋ ନାମକ ଦୁଇଟି ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା ହୋଇଥିଲେ। ଏହି ଟ୍ରେନ୍‌ଗୁଡ଼ିକ ମାଡ୍ରିଡ୍‌-ସେଭିଲ୍‌ ରୁଟ୍‌ରେ ଚଳାଚଳ କରୁଥିଲେ। ଧକ୍କାରେ ଇରୟୋ ଟ୍ରେନ୍‌ର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିବାବେଳେ ରେନଫେ ଟ୍ରେନ୍‌ର କିଛି ବଗି ମଧ୍ୟ ଟ୍ରାକ୍‌ରୁ ଖସିପଡ଼ିଛି। ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁଯାୟୀ, ଇରୟୋ ଟ୍ରେନ୍‌ରେ ଜଣେ ଶିଶୁଙ୍କ ସମେତ ୧୪୭ ଜଣ ଯାତ୍ରୀ ଥିବାବେଳେ ରେନଫେ ଟ୍ରେନ୍‌ରେ ୩୯୭ ଜଣ ଯାତ୍ରୀ ଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଥିଲେ। ଟୋଲେଡୋ, ଆଲକାଜାର ଡେ ସାନ୍‌ ଜୁଆନ୍‌ ଓ କ୍ୟୁଡାଡ୍‌ ରିୟଲ୍‌ର ହସ୍ପିଟାଲଗୁଡ଼ିକରେ ଆହତଙ୍କ ଚିକିତ୍ସା ଚାଲିଛି।

ଏହି ଘଟଣାରେ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାର ତଦନ୍ତ କରିବା ସହ ପ୍ରଭାବିତ ଯାତ୍ରୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.