ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’

0

୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶାର ମାଲକାନଗିରି ଆଡ଼କୁ ଅଗ୍ରସର ହେଉଛି ବାତ୍ୟା ଅର୍ଣ୍ଣବ। ରାତି ସୁଦ୍ଧା ମାଲକାନଗିରି ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ବର୍ଷା ସହ ପବନ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସମ୍ଭାବ୍ୟ ଆକସ୍ମିକ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ରହିଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ବାତ୍ୟା ନୂଆପଡ଼ା ଦେଇ ଛତିଶଗଡ଼ ଯିବା ପର୍ଯ୍ୟନ୍ତ ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ରାଜ୍ୟର ନଦୀ ଓ ହୀରାକୁଦ ଜଳଭଣ୍ଡାର ଉପରେ ତତ୍କାଳ ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ନଥିଲେ ମଧ୍ୟ ଛତିଶଗଡ଼ରେ ବର୍ଷା ଉପରେ ନଜର ରଖାଯାଇଛି। ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ମହାନଦୀ ଅବବାହିକା ଓ ହୀରାକୁଦର ଜଳସ୍ତର ବଢ଼ିପାରେ। ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ବାତ୍ୟାର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା ଚାଲିଥିଲା। ମାଲକାନଗିରି ଅତିକ୍ରମ ସମୟରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ବହିବା ସହ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ମାଲକାନଗିରିରେ ପହଞ୍ଚିବା ପରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ଗଜପତିର ମୋହନାରେ ୧୮୨ ମିମି, ପାରଳାଖେମୁଣ୍ଡିରେ ୧୪୦ ମିମି, ଗୁମାରେ ୧୩୫ ମିମି, ରାୟଗଡ଼ାରେ ୧୦୬ ମିମି ଓ କାଶୀନଗରରେ ୧୦୫ ମିମି ବର୍ଷା ରେକର୍ଡ ହୋଇଛି। ଗଞ୍ଜାମ ବ୍ଲକ୍‌ରେ ୧୬୧ ମିମି, ଛତ୍ରପୁରରେ ୧୫୪ ମିମି ଓ ଦିଗପହଣ୍ଡିରେ ୧୩୯ ମିମି ବର୍ଷା ହୋଇଛି। ରାଜ୍ୟରେ ହାରାହାରି ବର୍ଷା ପରିମାଣ ୨୩ ମିମି ରହିଛି। କୋରାପୁଟ, ମାଲକାନଗିରି, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବର୍ଷା ଆଶଙ୍କା ଥିବାରୁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ୮ଟି ଜିଲ୍ଲାରେ ପ୍ରାୟ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୋଟ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାର ଯୋଜନା ରହିଛି। ଏଥିସହ ୨,୨୦୦ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ୩୨୪ଟି ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁସାରେ, ଏଯାଏଁ କୌଣସି ବଡ଼ ଅପ୍ରୀତିକର ଘଟଣା ଘଟିନାହିଁ। ତେବେ ଗଛ ଉପୁଡ଼ିବା, ପାଚେରି ଭାଙ୍ଗିବା ଓ ରାସ୍ତାରେ ପାଣି ଜମିବା ଭଳି ଘଟଣା ସାମ୍ନାକୁ ଆସୁଛି। ଉଦ୍ଧାରକାରୀ ଟିମ୍‌ଗୁଡ଼ିକ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ପରବର୍ତ୍ତୀ ସମୟରେ ଫସଲ କ୍ଷୟକ୍ଷତିର ଆକଳନ କରାଯିବ

Leave A Reply

Your email address will not be published.