ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁ ଯିବେ ୨୨୦ ଆଦିବାସୀ ଯୁବତୀ

0

ଭୁବନେଶ୍ବର: ଆଜି ତାମିଲନାଡୁ ଯିବେ କଳାହାଣ୍ଡିର ୨୨୦ ଜଣ ଯୁବତୀ । ସମସ୍ତେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣରେ ଅଧିନରେ ହୋସୁରରେ ଥିବା ଟାଟା ଇଲୋକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡରେ ନିଯୁକ୍ତି ପାଇଛନ୍ତି । ଆଜି ଭୁବନେଶ୍ବର ବିମାନବନ୍ଦରରୁ ସମସ୍ତେ ସ୍ବତନ୍ତ୍ର ବିମାନରେ ତାମିଲନାଡୁ ଯିବେ ।

ଏଥିପାଇଁ ସକାଳ ୭ଟାରୁ ୬ଟି ବସ ଯୋଗେ ଯୁବତୀମାନେ ଭବାନୀପାଟଣା ରୁ ଭୁବନେଶ୍ବର ଆସୁଛନ୍ତି । ସେହିପରି ଆସନ୍ତାକାଲି ସୁନ୍ଦରଗଡ଼ରୁ ୭୦ଜଣ ତାମିଲନାଡୁ ଯିବେ । ୨୧ ତାରିଖରେ ଫୁଲବାଣୀରୁ ୫ ଜଣ ଯୁବତୀ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।

ଉପାନ୍ତ ଜିଲ୍ଲା ଗୁଡ଼ିକରେ ଆଦିବାସୀ ଯୁବତୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ତାଲିମ ଦିଆଯାଉଛି । ଗତକାଲି ବାରିପଦାର ୭୮ ଜଣ ଯୁବତୀ ଟାଟା ଇଲୋକ୍ଟ୍ରୋନିକ୍ସ କମ୍ପାନୀରେ ଚାକିରି ପାଇଁ ତାମିଲନାଡୁ ଗସ୍ତ କରିଥିଲେ । ପୂର୍ବରୁ ମଧ୍ୟ ଶହ ଶହ ଆଦିବାସୀ ଯୁବତୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.