ପ୍ରମୁଖ ଖବର

ଘରେଘରେ ମିଳିବ ପାଇପ୍‌ରେ ରନ୍ଧନ ଗ୍ୟାସ୍‌, କ୍ୟାବିନେଟରେ ଓଡ଼ିଶା ସିଟି ଗ୍ୟାସ୍‌ ନୀତିକୁ ମଞ୍ଜୁରୀ
ଅନୈତିକ କାର୍ଯ୍ୟରେ ଲିପ୍ତ ଶୁଦ୍ଧ ସୁଆର ଓ ଦଇତାପତି ସେବକ ଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଓ ସେବାରୁ ନିଲମ୍ବନ
ମମତା ଦିଦିଙ୍କ ଖେଳ ଶେଷ: ଯୋଗୀ ଆଦିତ୍ୟନାଥ
ବିନା ପିୟୁସିରେ ମିଳିବ ନାହିଁ ପେଟ୍ରୋଲ-ଡିଜେଲ
ଖୋର୍ଦ୍ଧାରେ ସକାଳୁଆ ସ୍କୁଲ୍: ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ କ୍ଲାସ୍

ବଙ୍ଗୋପସାଗରରେ ଆସୁଛି ବାତ୍ୟା

0
  • ୨୨ ତାରିଖରେ ସ୍ପଷ୍ଟ ହେବ କେତେ ଓ କେଉଁଠି ପ୍ରଭାବ ପକାଇବ

ଭୁବନେଶ୍ବର: ଉତ୍ତର ଆଣ୍ଡମାନ ସାଗର ରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଦକ୍ଷିଣ ପୂର୍ବ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ରେ ପରିଣତ ହେବ। ଏହି କ୍ଷେତ୍ର ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେଶନରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହି କ୍ଷେତ୍ର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ବଙ୍ଗୋପସାଗର ରେ ସିଷ୍ଟମ୍ ଘନୀଭୂତ ହେବା ପାଇଁ ଅନୁକୂଳ ବାତାବରଣ ରହିଛି ତେଣୁ ସିଷ୍ଟମ୍ କ୍ରମଶଃ ଘନୀଭୂତ ହେବ। ଯଦି ଏହି କ୍ଷେତ୍ର ବାତ୍ୟା ରୂପ ନିଏ ତେବେ ଏହାର ନାମ ‘ସିତରଙ୍ଗ’ ରହିବ। ତେବେ ସମ୍ଭାବ୍ୟ ସିଷ୍ଟମ୍ ର ଗତିପଥ ବିଷୟ ସ୍ପଷ୍ଟ ହୋଇପାରିନାହିଁ । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ ରହିଛି । ତେବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ରୁ ଏହି ସିଷ୍ଟମ୍ ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବା କିଛି ମଡେଲ ସଂକେତ ଦେଉଛନ୍ତି। ତେଣୁ ପୂର୍ବ ଭାରତ ( ଆନ୍ଧ୍ରପ୍ରଦେଶ – ଓଡ଼ିଶା- ପଶ୍ଚିମବଙ୍ଗ ) ସହ ସମାନ୍ତରାଳ ଭାବରେ ୨୪ ତାରିଖ ବେଳକୁ ସିଷ୍ଟମ୍ ଗତି କରିପାରେ ବୋଲି ମଡେଲ ସଂକେତ ଦେଉଛନ୍ତି । ତେବେ ଏହା ସ୍ପଷ୍ଟ ହୋଇପାରିନାହିଁ। ବାତ୍ୟା କେଉଁ ଅଞ୍ଚଳ ରେ ଲ୍ୟାଣ୍ଡଫଲ୍ କରିବ, ସେତେବେଳେ ପବନର ବେଗ କେତେ ରହିବ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଡିପ୍ରେଶନ ରୂପ ନେବା ପରେ ଏ ସଂପର୍କ ରେ ଅଧିକ ତଥ୍ୟ ମିଳିପାରିବ। ତେବେ ସିଷ୍ଟମ୍ ପ୍ରଭାବ ରେ ଓଡ଼ିଶା ରେ ୨୩-୨୭ ତାରିଖ ମଧ୍ୟରେ ବର୍ଷା ସମ୍ଭାବନା ରହିଛି। ୨୪-୨୫ ରେ ଉପକୂଳ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ବିଭିନ୍ନ ମଡେଲ୍କୁ ବିଚାରକୁ ନେଇ ସାର୍ଥକ ମିଶ୍ର ସୂଚନା ଦେଇଛନ୍ତି।

ଏପଟେ ରାଜ୍ୟ ସରକାର ବାତ୍ୟା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଲକ୍ଷ୍ୟ କରି ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ୍ ହୋଇଛି। ଏସଆରସିଙ୍କ ଦାୟିତ୍ବରେ ଥିବା ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ପ୍ରାଥମିକ ଭାବେ ଗଜପତି ସମେତ ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

Leave A Reply

Your email address will not be published.