ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଔଷଧ ତାଲିକାରୁ ବାଦ୍‌ ପଡିଲା ୨୬ଟି ଔଷଧ

0

ନୂଆଦିଲ୍ଲୀ: କ୍ୟାନ୍‌ସର ଭଳି ରୋଗକୁ ଏଡାଇବା ପାଇଁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍‌କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ସେହିପରି ରାନ୍‌ଟାକ୍‌ ମେଡିସିନ୍‌ ମଧ୍ୟ ବାଦ୍‌ ପଡିଛି। ଏହି ଔଷଧଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍‌ ମେଡିସିନ(NLEM) ଜାରି କରାଯାଇଛି। ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ଏଥିରୁ ବାଦ୍‌ ଦିଆଯାଇଛି।

ଉଲ୍ଲେଖନୀୟ ଯେ, କର୍କଟ ରୋଗ ସମ୍ବନ୍ଧୀୟ ବିପଦ ଥିବା ଜଣାପଡିବା ପରେ ରାଣ୍ଟିଡାଇନ୍‌କୁ ନେଇ ସାରା ବିଶ୍ୱରେ ଯାଞ୍ଚ ଚାଲିଛି। ସେଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଏମ୍ସ ସହିତ ଆଲୋଚନା କରି ଏହାକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍‌ ଦେବାକୁ ଯୋଜନା କରିଥିଲେ। ୬ବର୍ଷ ପରେ ଅତ୍ୟାବଶ୍ୟକ ଔଷଧର ଏକ ନୂତନ ତାଲିକା ଜାରି କରାଯାଇଛି। ୨୦୧୫ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ୨୦୨୨ରେ ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକା (ନ୍ୟାସନାଲ୍ ଏସେନସିଆଲ୍ ମେଡିସିନ୍ ଲିଷ୍ଟ) ଜାରି କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ କହିଛନ୍ତି ଯେ, ୭ ବର୍ଷ ପରେ ୨୦୨୨ରେ ନୂତନ ନବୀକୃତ ନ୍ୟାସନାଲ୍ ଏସେନସିଆଲ୍ ମେଡିସିନ୍ ଲିଷ୍ଟ (ଏନଇଏଲଏମ୍) ଜାରି କରାଯାଇଛି। ଏନଇଏଲଏମରେ ଔଷଧକୁ ସାମିଲ କରିବା ଏକ ଲମ୍ବା ପ୍ରକ୍ରିୟା ହୋଇଥାଏ। ଏଥିପାଇଁ ୩୫୦ବିଶେଷଜ୍ଞଙ୍କ ସାହାଯ୍ୟ ଏବଂ ୧୪୦ ଥର ପରାମର୍ଶ ନିଆଯିବା ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ଲୋକଙ୍କ ସୁରକ୍ଷା, ସୁଲଭ ମୂଲ୍ୟ ଏବଂ ଉପଲବ୍ଧତା ଅନୁଯାୟୀ ଔଷଧକୁ ସାମିଲ କରାଯାଇଛି।

ତେବେ କେନ୍ଦ୍ର ସରକାର ଅତି କମରେ ୨୬ଟି ଔଷଧକୁ ‘ଅତ୍ୟାବଶ୍ୟକ’ ତାଲିକାରୁ ହଟାଇ ଦେଇଥିବା ଜଣାପଡ଼ିଛି। ଏନଇଏଲଏମରେ ୨୭ବର୍ଗର ୩୮୪ ଔଷଧ ଅନ୍ତର୍ଭୁକ୍ତ ହୋଇଛି । ତେବେ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନଥିବା ଔଷଧଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରାନିଟିଡିନ୍। ଏସିଡିଟି ଏବଂ ପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟା ପାଇଁ ରାନିଟିଡିନ୍ ବ୍ୟବହାର କରାଯାଇଥାଏ। ଏହି ସମାନ ଔଷଧ ବିଭିନ୍ନ ବ୍ରାଣ୍ଡନାମରେ ବିକ୍ରି ହୁଏ ଯେପରିକି ରାଣ୍ଟାକ, ଜିନେଟାକ୍ ଏବଂ ଆକିଲୋକ ଇତ୍ୟାଦି। ଏହି ଔଷଧ ଖାଇବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା ଥିବାରୁ ବର୍ତ୍ତମାନ ଏନଇଏଲଏମରୁ ଏହାକୁ ହଟାଇ ଦିଆଯାଇଛି। ରାନିଟିଡିନ ସହ ସଂଶୋଧିତ ତାଲିକାରୁ ସୁକ୍ରାଲଫେଟ୍, ହ୍ବାଇଟ ପେଟ୍ରୋଲେଟମ୍, ଏଟେନୋଲଲ୍ ଏବଂ ମେଥିଲ୍ଡୋପାକୁ ହଟାଯାଇଛି। ବଜାର ମୂଲ୍ୟ ଏବଂ ଉନ୍ନତ ଔଷଧର ଉପଲବ୍ଧତାକୁ ଆଧାର କରି ଏହି ଔଷଧଗୁଡିକୁ ତାଲିକାରୁ ହଟାଇ ଦିଆଯାଇଛି।

Leave A Reply

Your email address will not be published.