ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଯୁଦ୍ଧ ବିରତି ପରେ ଖୋଲିଲା ୩୨ ବିମାନବନ୍ଦର

0

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ କାରଣରୁ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣି ଖୋଲାଯାଇଛି। ସୋମବାର (୧୨ ମଇ, ୨୦୨୫) ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ୩୨ ଟି ବିମାନବନ୍ଦର ଖୋଲିବା ପାଇଁ ଏଏଆଇ ବିମାନ କର୍ମଚାରୀମାନଙ୍କୁ ଏକ ନୋଟିସ ଜାରି କରିଛି। ଏବେ ସ୍ଥିତିରେ ସୁଧୁରିବାର ସଙ୍କେତ ଦେଖିବା ପରେ ପର୍ଯ୍ୟାୟକ୍ରମେ ଏହି ବିମାନବନ୍ଦରଗୁଡ଼ିକୁ ପୁନଃଖୋଲିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଏହି ବିମାନବନ୍ଦରଗୁଡ଼ିକ ହେଉଛି, ଉଧମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବଠିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜମ୍ମୁ, ଜାମନଗର, ଯୋଧପୁର, କାଣ୍ଡଲା, କାଙ୍ଗଡା (ଗଗଲ), କେଶୋଡ, କିଶନଗଡ଼, କୁଲ୍ଲୁ ମନାଲି(ଭୁଂତର),ଲେହ, ଲୁଧିଆନା, ମୁଦ୍ରା, ନାଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରାଜସର), ସରସୱା, ଶିମଲା, ଶ୍ରୀନଗର, ଥୋଏସ ଏବଂ ଉତ୍ତରଲାଇ। ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ୨୦୦ରୁ ଅଧିକ ବିମାନ ବାତିଲ ଏବଂ ପ୍ରଭାବିତ ହୋଇଥିଲା। ଭାରତର ବିଭିନ୍ନ ପ୍ରମୁଖ ଏୟାରଲାଇନ୍ସ ଯାଞ୍ଚ କରିବା ଏବଂ ତଦନୁସାରେ ଯାତ୍ରା କରିବା ପାଇଁ ଯାତ୍ରା ପରାମର୍ଶ ଜାରି କରିଛନ୍ତି।

୧୦ ମେ’ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ଏବଂ ରବିବାର (୧୧ ମଇ, ୨୦୨୫) ନିୟନ୍ତ୍ରଣ ରେଖାରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ପରିସ୍ଥିତି ପରେ,ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଭାରତର ଅନ୍ୟାନ୍ୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ୩୨ଟି ବିମାନବନ୍ଦର ପୁନଃ ଖୋଲିବା ସମ୍ପର୍କରେ ଏକ ନୋଟିସ ଜାରି କରିଛନ୍ତି। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କହିଛି, ‘ଏହାକୁ ସୂଚିତ କରାଯାଉଛି ଯେ ଏହି ବିମାନବନ୍ଦରଗୁଡ଼ିକ ଏବେ ତୁରନ୍ତ ପ୍ରଭାବରୁ ବେସାମରିକ ବିମାନ ପରିଚାଳନା ପାଇଁ ଉପଲବ୍ଧ। ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ସହିତ ସିଧାସଳଖ ବିମାନ ସ୍ଥିତି ଯାଞ୍ଚ କରିବାକୁ ଏବଂ ନିୟମିତ ଅପଡେଟ ପାଇଁ ଏୟାରଲାଇନ୍ସ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।’

Leave A Reply

Your email address will not be published.